Hot Posts

6/recent/ticker-posts

ବନ୍ୟାଞ୍ଚଳରେ ଶୁଖିଲା ଖାଦ୍ୟ ବଣ୍ଟନ, ଲୋକଙ୍କ ସୁବିଧା ଅସୁବିଧା ବୁଝିଲେ ସମାଜସେବୀ

ବରୀ, ୨୭/୦୮ ( ରଂଜିତ ମହାନ୍ତି ) : ବରୀ ବ୍ଲକ ବାଲିବିଲି ପଞ୍ଚାୟତର ଭବାନୀପୁର ଗାଁ ଏବଂ ଯାଜପୁର ବ୍ଲକ ଅନ୍ତର୍ଗତ ମାଧୁପୁର ଓ ଭୁବନପୁର ଅଞ୍ଚଳର ବନ୍ୟା ପ୍ରଭାବିତ ଲୋକଙ୍କ ନିକଟରେ ପହଞ୍ଚି ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି। ‘ହୃଦୟ ଆଶାର ଆଲୋକ’ ସଂଗଠନର ସଭାପତି ଯୁଗଳ ବରାଳଙ୍କ ନେତୃତ୍ୱରେ ସମାଜସେବୀ ସ୍ୱାଧୀନ ସାହୁ, ରଶ୍ମିତା ପାଢ଼ୀ, ନରେନ୍ଦ୍ର ଜେନା, ସଂଗ୍ରାମ କେଶରୀ, ତପନ ମାର୍ଥା, ରବୀନ୍ଦ୍ର କୁମାର, ରାମଚାନ୍ଦ ହୋତା, ପୁପୁନ ଜେନା ଓ ମୁନୁ ଜେନା ପ୍ରମୁଖ ବନ୍ୟା ପ୍ରଭାବିତ ଅଞ୍ଚଳରେ ପହଞ୍ଚିଥିଲେ। ଏହି ଅବସରରେ ବନ୍ୟା ପ୍ରଭାବିତ ପରିବାରଗୁଡ଼ିକୁ ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହ ସେମାନଙ୍କ ସୁବିଧା ଓ ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ବିପଦ ସମୟରେ ପ୍ରଭାବିତ ଲୋକଙ୍କ ପାଖରେ ପହଞ୍ଚି ଆବଶ୍ୟକ ସହଯୋଗ ଯୋଗାଇବାକୁ ଏହି ପ୍ରୟାସର ଲକ୍ଷ୍ୟ ବୋଲି ଜଣାପଡ଼ିଛି।