ସାହାସପୁର କ୍ଳଷ୍ଟର ସ୍ତରୀୟ ମାସିକ ବୈଠକ
ଲଇକେରା, ୦୧/୦୮ ( ନବଦୂତ ) : ଲଇକେରା ବ୍ଲକ ଅନ୍ତର୍ଗତ ସରକାରୀ ହାଇସ୍କୁଲ ସୁଡୁଙ୍ଗଠାରେ ସାହାସପୁର କ୍ଲଷ୍ଟରସ୍ତରୀୟ ମାସିକ ବୈଠକ ୦୧.୦୮.୨୦୨୬ ରେ ଆୟୋଜିତ ହୋଇଥିଲା। CRCC ପ୍ରଦୀପ କୁମାର ନାଏକ ସମସ୍ତଙ୍କୁ ସ୍ୱାଗତ କରିଥିଲେ ଏବଂ ସମ୍ବଲପୁରୀ ଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ | ଏବିଇଓ ହରିଶ ଚନ୍ଦ୍ର ନାୟକ, ପ୍ରଧାନ ଶିକ୍ଷକ ରଞ୍ଜିତ ନାଏକ, ସହକାରୀ ଶିକ୍ଷକ ପ୍ରଦୀପ ମେହେରଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ହୋଇ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା | ରିତାରାଣୀ ପତି ପୂର୍ଵ ମୀଟିଙ୍ଗର ବିବରଣୀ ପଠନ କରିଥିଲେ ଓ ଦୁଷ୍ମନ୍ତ କରାଳି ଅଗଷ୍ଟ ମାସର ବିଷୟବସ୍ତୁ ଯଥା -ମୌଳିକ ସାକ୍ଷରତା, ସଂଖ୍ୟାଜ୍ଞାନ, ଯୋଡ଼ି କାମ, ସର୍ବୋତ୍ତମ ଅଭ୍ୟାସ ଇତ୍ୟାଦି ଆଲୋଚନା କରିଥିଲେ | ଶେଷରେ ସମ୍ବଲପୁରୀ ଦିନ ଅବସରରେ ସମ୍ବଲପୁରୀ ଗୀତ ନାଚ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦ୍ୱାରା ପରିବେଷଣ ହୋଇଥିଲା | ଉକ୍ତ ସମ୍ବଲପୁରୀ ଦିବସ କାର୍ଯ୍ୟକ୍ରମକୁ ଛତ୍ରଲାଲ କିସାନ ପରିଚାଳନା କରିଥିବାବେଳେ ସୁଜନ ଖଡିଆ ଧନ୍ୟବାଦ ଅର୍ପଣ କରିଥିଲେ |