ବନ୍ୟା ବିପନ୍ନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ
ବରୀ, ୦୨/୦୮ ( ରଂଜିତ ମହାନ୍ତି ) : ବରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସାହସପୁର ପଞ୍ଚାୟତର ୩ ଓ ୫ ନମ୍ବର ୱାର୍ଡ଼ ବନ୍ୟା ଘେରରେ ରହିଛି। ବନ୍ୟା ବିପନ୍ନଙ୍କୁ ପଞ୍ଚାୟତ ପକ୍ଷରୁସରପଞ୍ଚ କଳ୍ପନା ଭୂୟାଁ,ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ ରାଉତ, ପିଓ ସୁଧୀର କୁମାର ମହାନ୍ତି, ୱାର୍ଡ଼ମେମ୍ବର ସୁମିତ୍ରା ଦାସ, ଶ୍ରଦ୍ଧାଞ୍ଜଳି ମିଶ୍ର, ବସନ୍ତ ଯେନା, ଶ୍ୟାମସୁନ୍ଦର ଦାସ, ସନ୍ତୋଷ ଦଲେଇ ପ୍ରମୁଖ ଘର ଘର ବୁଲି ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ l ଆଜି ମଧ୍ୟ ସରପଞ୍ଚ କଳ୍ପନା ଭୂୟାଁ ପଞ୍ଚାୟତ ରେ ଶୁଖିଲା ଖାଦ୍ୟ ବାଣ୍ଟିଥିଲେ।