ଥୁଆମୂଲ ରାମପୁର, ୦୨/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଥୁଆମୂଲ ରାମପୁର ବ୍ଲକ କିଆପଦର ପଂଚାୟତ ସ୍ଥିତ ପୋଡ଼ାପଦର ପ୍ରକଳ୍ପ ଉପ୍ରା ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋକୁଲା ନନ୍ଦ ପ୍ରଧାନ ଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ନୃତ୍ୟ ଗୀତ, ଫୋଟକା ଫୁଟାଇ ଆନନ୍ଦ ଉଲ୍ଲାସରେ ଏକ ଅଭିନବ ଆକାରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ AUPTF ର ଜିଲ୍ଲା ସମ୍ପାଦକ ଅଜିତ କୁମାର ନାୟକ ଙ୍କ ଅଧକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥିଭାବେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ତପିମଣୀ ଜାନି , ସମ୍ମାନିତ ଅତିଥିଭାବେ AUPTF ର ରାଜ୍ୟ ସଭାପତି ଧୀରେନ୍ଦ୍ର କୁମାର ପଟ୍ଟନାୟକ. ରାଜ୍ୟ ଜୋନାଳ ସମ୍ପାଦକ ବୀରେନ୍ଦ୍ର ବାଗ, , କଲାହାଣ୍ଡି ଜିଲ୍ଲା ସଭାପତି ପଦ୍ମଲୋଚନ ନାଏକ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର ପ୍ରଧାନ, ଜିଲ୍ଲା କାର୍ଯ୍ୟକାରୀ ସମ୍ପାଦକ ଶିବ ଦାଶ, ଥୁଆମୂଳ ରାମପୁର ବ୍ଲକ ଇନଚାର୍ଜ ଏ ବି ଇ ଓ ନରେନ୍ଦ୍ର କାମ୍ପାଳ, ଭାବାନିପାଟଣା ବ୍ଲକ ର ସଭାପତି ମଧୁସୂଦନ ପ୍ରଧାନ , କିଆପଦର ପଞ୍ଚାୟତ ସରପଞ୍ଚ ଲଖିଧର ମାଝୀ, ନାଏବ ସରପଞ୍ଚ ଶ୍ରୀମତୀ ରାଜକୁମାରୀ ସୁନାନି, ଅଞ୍ଚଳର ବରିଷ୍ଠ ସମାଜସେବୀ ତଥା ସାମ୍ବାଦିକ ରବି ନାରାୟଣ ସିଂହ ଏବଂ ଆଜିର ଅବସର କାଳୀନ ପ୍ରଧାନଶିକ୍ଷକ ଗୋକୁଲା ନନ୍ଦ ପ୍ରଧାନ ଙ୍କ ସହ ତାଙ୍କର ସ୍ଵଧର୍ମ ପତ୍ନୀ ରଶ୍ମିତା ପ୍ରଧାନ, ତାଙ୍କ ଝିଅ ଉପସ୍ଥିତ ଥିଲେ ।ବରେଣ୍ୟ ଅତିଥି ମାନେ ଯୋଗଦେଇ ବିଦାୟୀ ପ୍ରଧାନଶିକ୍ଷକ ଶ୍ରୀ ପ୍ରଧାନ ଜଣେ ଶାନ୍ତ, ସରଳ,ଛାତ୍ର ବତ୍ସଳ ଓ ଆଦର୍ଶ ଶିକ୍ଷକ ଭାବେ ଜଣାଶୁଣା ଥିଲେ ଓ ତାଙ୍କ ସମୟରେ ବିଦ୍ୟାଳୟରେ ବହୁ ପ୍ରତିଭାବାନ ଛାତ୍ର ଛାତ୍ରୀ ସୃଷ୍ଟି ହେବା ସହ ବିଦ୍ୟାଳୟର ବହୁ ବିଧ ଉନ୍ନତି ସାଧିତ ହୋଇପାରିଥିଲା ବୋଲି ବକ୍ତା ମାନେ ମତପୋଷଣ କରିଥିଲେ I ତାଙ୍କର ଆଗାମୀ ଜୀବନ ସୁଖ ଓ ଶାନ୍ତିରେ ଭରିଯାଉ ବୋଲି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଥିଲେ I ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ବିଦାୟୀ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଧାନ ଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ I ଏହି ପୋଡ଼ାପଦର୍ ସ୍କୁଲ ଶିକ୍ଷକ ଅଜିତ କୁମାର ନାୟକ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରି ଥିବା ବେଳେ ଅଞ୍ଚଳର ବରିଷ୍ଠ ଶିକ୍ଷକ ସ୍ଵାଗତ ଭାଷଣ ଦେଇଥିଲେ । ଶେଷରେ ଦେବସଖା ଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ବିଦାୟୀ ପ୍ରଧାନଶିକ୍ଷକ ଶ୍ରୀ ପ୍ରଧାନ ଙ୍କୁ ଏକ ଭାବ ବିହୁଳ ପରିବେଶ ମଧ୍ୟରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ , ପୁରାତନ ଛାତ୍ର ଛାତ୍ରୀ, ଅଭିଭାବକ ଅଭିଭାବିକା, ବିଦ୍ୟାଳୟ ପରିଚାଳନା କମିଟି , ଛାତ୍ର ଛାତ୍ରୀ ଓ ଗ୍ରାମବାସୀ ମାନେ ତାଙ୍କର ସୁସ୍ଥ, ନିରାମୟ, ଓ ଶାନ୍ତିପୂର୍ଣ୍ଣ ଅବସର କାଳୀନ ଜୀବନ କାମନା କରି ବାଣ ଫଟୋକା ଓ ନୃତ୍ୟ ଗୀତ କରି ପୁଷ୍ପଗୁଛ ଉପୋଢ଼ୌକନ ଓ ସମ୍ବର୍ଧନା ପତ୍ର ଦେଇ ବିଦାୟୀ ଉତ୍ସବ ପାଳନ କରିଥିଲେ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

