Hot Posts

6/recent/ticker-posts

ପାଡେଲ୍‌ଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୯ଟି ଶ୍ରେଣୀ ପାଇଁ ମାତ୍ର ୨ଜଣ ଶିକ୍ଷକ

କଳାହାଣ୍ଡି, ୨୦/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଗୋପାଳ ପୁର ଗ୍ରାମ ପଞ୍ଚାୟତ ଅଧୀନ ପାଡେଲ୍‌ଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୯ଟି ଶ୍ରେଣୀ ପାଇଁ ମାତ୍ର ୨ଜଣ ଶିକ୍ଷକ ଥିବାରୁ ପାଠପଢ଼ା ଗୁରୁତର ଭାବେ ପ୍ରଭାବିତ ହେଉଛି। ପାଡେଲ୍‌ଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ବାଟିକା ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୯ଟି ଶ୍ରେଣୀ ରହିଛି। ୟୁ ଡାଇସ୍ ପୋର୍ଟାଲ ଅନୁସାରେ ୪ ଜଣ ଶିକ୍ଷକ ଥିବା ବେଳେ ୨ ଜଣ ସି ଆର୍ ସି ଦାୟିତ୍ୱ ତୁଳାଉ ଥିବାରୁ ଦୁଇ ଜଣ ଶିକ୍ଷକ ନଅ ଗୋଟି ଶ୍ରେଣୀକୁ ପାଠ ପଢେଇବା ପାଇଁ ଗୁରୁତର ସମସ୍ୟା ହେଉଛି। ରୋଷେଇ ଘର ନ ଥିବାରୁ ଅନ୍ୟ ଜାଗାରେ ରୋଷେଇ କରି ଛାତ୍ରଛାତ୍ରୀଙ୍କୁ ଖାଇବାକୁ ଦିଆ ଯାଉଛି ଓ ବିଦ୍ୟୁତ୍ ସଂଯୋଗ ନ ଥିବାରୁ ଖରା ଦିନେ ବହୁତ୍ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ୁଛି। ଏହି ସମସ୍ୟାକୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ମାଧବ ଚରଣ ନାଏକ,ଗୋଷ୍ଠୀ ଶିକ୍ଷା ଅଧିକାରୀ, ଥୁଆମୂଳ ରାମପୁର ତଥା ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅବଗତ କରିଥିବା ସ୍ୱତେ ତାର କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ନାହାଁନ୍ତି। ୯ଟି ଶ୍ରେଣୀର ବିଭିନ୍ନ ବିଷୟକୁ ୨ଜଣ ଶିକ୍ଷକଙ୍କ ଦ୍ୱାରା ସମ୍ଭାଳିବା ଆଦୌ ସମ୍ଭବ ହେଉନାହିଁ, ଯାହାଫଳରେ ପାଠ୍ୟକ୍ରମ ସମୟରେ ଶେଷ ହୋଇପାରୁନାହିଁ ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବ୍ୟାହତ ହେଉଛି। ଏହି ସମସ୍ୟାକୁ ଗୁରୁତ୍ୱର ସହ ନେଇ ବିଦ୍ୟାଳୟରେ ତୁରନ୍ତ ଆବଶ୍ୟକୀୟ ଅତିରିକ୍ତ ଶିକ୍ଷକ ନିଯୁକ୍ତି ପାଇଁ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ ବିଭାଗୀୟ ଅଧିକାରୀ ସମସ୍ୟାର ସମାଧାନ କେବେ କରୁଛନ୍ତି। 




କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ