Hot Posts

6/recent/ticker-posts

ଶିଶୁମୃତ୍ୟୁ କୁ ନେଇ ରାସ୍ତା ରୋକ

ଫୁଲବାଣୀ, ୦୭/୦୮ ( ବାଳକୃଷ୍ଣ କହଁର ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ରେ ଥିବା ମୁଖ୍ୟ ଚିକିତ୍ସାଳୟ ଠାରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ସୂଚନା ପ୍ରକାରେ ଶଙ୍କରାଖୋଲ ର ଦେବେନ୍ଦ୍ର ସାହୁ ଙ୍କ ଦୁଇ ବର୍ଷ ର ଶିଶୁ ଅତ୍ୟଧିକ ଜ୍ଵର ହେବାରୁ ପ୍ରଥମେ ଖଜୁରୀପଡା ମେଡିକାଲ କୁ ନେଇଥିଲେ। ସେଦିନ କିଛି ଔଷଧ ନେଇ ଯାଇଥିଲେ। ତା ପରଦିନ ଅଧିକ ଗୁରୁତର ହେବାରୁ ତାଙ୍କୁ ପୁଣି ସେହି ମେଡିକାଲ କୁ ନେଇଥିଲେ ସେଠାରେ ତାଙ୍କୁ ଇଞ୍ଜେକ୍ସନ ସହ ସାଲାଇନ ଦେଇଥିଲେ ତା ପରେ ଫୁଲବାଣୀ ମୁଖ୍ୟ ଡାକ୍ତରଖାନା କୁ ରେଫର କରିଥିଲେ। ଖଜୁରୀପଡା ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ତାଙ୍କୁ ଭୁଲ ରେ ଔଷଧ ସହ ଇଞ୍ଜେକଶନ ଦେଇଛନ୍ତି ବୋଲି ମୃତ୍ୟୁ ଶିଶୁ ର ଶବ କୁ ଧରି ରାସ୍ତା ରେ ବସି ତାଙ୍କ ମା ଓ ପରିବାର ଲୋକ ରାସ୍ତା ଅବରୋଧ କରିଥିଲେ। ସେଦିନ ମେଡିକାଲ ଆଖପାଖ ତଥା ରାସ୍ତା ବହୁତ ଜାମ ହେବା ସହ ଯିବା ଆସିବା ବନ୍ଦ ହୋଇଥିଲା। ଘଟଣା ସ୍ଥଳରେ କିଛି ପୁଲିସ ଅଧିକାରୀ ଙ୍କ ସହ ଫୁଲବାଣୀ ବିଧାୟକ ପ୍ରତିନିଧି ସ୍ୱାସ୍ଥ୍ୟ ବିଭାଗ ନୀଳାମ୍ବର କହଁର ଏବଂ କିଛି ବୁଦ୍ଧିଜୀବୀ ମାନେ ବୁଝାସୁଝା କରିବା ପରେ ରାସ୍ତା ରୁ ହଟିଥିଲେ। ଅପରପକ୍ଷ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ର ଅଧିକ୍ଷକ ଡ଼ଃ ଅକ୍ଷୟ ସାହୁ କହିଛନ୍ତି ଚିକିତ୍ସା ରେ କୌଣସି ତ୍ରୁଟି ନାହିଁ। ଦାଇତ୍ୱ ରେ ଥିବା ଡାକ୍ତର ଆବଶ୍ୟକ ଅନୁଯାଇ ଚିକିତ୍ସା କହିଛନ୍ତି ବୋଲି କହିଥିଲେ।



କନ୍ଧମାଳ ରୁ ଜିଲ୍ଲା ପ୍ରତିନିଧି ବାଳକୃଷ୍ଣ କହଁର ଙ୍କ ରିପୋର୍ଟ