Hot Posts

6/recent/ticker-posts

ଭବାନୀପାଟଣା ବ୍ରଜବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

ଭବାନୀପାଟଣା, ୦୧/୦୮ ( ବିଷ୍ଣୁ ଚରଣ ସ୍ୱାଇଁ ) : ଭବାନୀପାଟଣାସ୍ଥିତ ବ୍ରଜବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ବ୍ରଜବିହାର ପରିସରରେ ଆଜି ଅଗଷ୍ଟ ୧ ତାରିଖରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଶିଶୁ ବାଟିକାଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏହି ମେଳାରେ ଉତ୍ସାହର ସହିତ ଭାଗ ନେଇଥିଲେ। ଏଥିରେ ବିଭିନ୍ନ ପ୍ରକାର ପ୍ରକଳ୍ପ, ପ୍ରୟୋଗ,ପ୍ରଶ୍ନମଞ୍ଚ, ପତ୍ର ବାଚନ, କଥାକଥନ ଓ ମୂର୍ତ୍ତିକଳା ଇତ୍ୟାଦିରେ ରେ ଶିଶୁ ଭାଗ ନେଇଥଲେ। ମୋଟ ୨୫୩ ଟି ପ୍ରକଳ୍ପ ରେ ଶିଶୁ ଭାଗ ନେଇଥିଲେ। ଉଦଘାଟନୀ କାର୍ଯ୍ୟକ୍ରମରେ ମଂଚାସୀନ ଥିଲେ ମୁଖ୍ୟ ଅତିଥି ଶ୍ରୀ ପ୍ରମୋଦକୁମାର ପଣ୍ଡା,ପୂର୍ବତନ ସମ୍ପାଦକ ,ଏବଂ ନିମନ୍ତ୍ରିତ ଅତିଥି ଥିଲେ ପ୍ରିୟାଂଶୀ ମିଶ୍ର। ସମାରୋପ ଉତ୍ସବ ରେ ମୁଖ୍ୟ ଅତିଥି ଶ୍ରୀ ସୁଢଳ ଦେବ ମୁଣ୍ଡ, ସମ୍ମାନିତ ଅତିଥି ପୂର୍ଵତନ ସଭାପତି ଶ୍ରୀ ଦୀନବନ୍ଧୁ ମୁଣ୍ଡ ଓ ସମ୍ପାଦକ ଶ୍ରୀ ଅଶୋକ କୁମାର ସିଂହ। ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟି ପରିଚାଳିତ ହୋଇଥିଲା ପ୍ରଧାନଆଚାର୍ଯ୍ୟ ଶ୍ରୀ ମନୋଜ କୁମାର ମୁଣ୍ଡ ଦ୍ୱାରା । ସମାରୋହ ରେ ସ୍ୱାଗତ ସଂଗୀତ ଗାନ କରିଥିଲେ ବ୍ରଜକଣ୍ଠଶିଳ୍ପୀ ଏବଂ ସହଯୋଗ କରିଥିଲେ ଜୟ ଗୁରୁଜୀ ଓ ଶିବ ଗୁରୁଜୀ। ଶିଶୁବିଭାଗ, ବାଲ ବିଭାଗ ଓ କିଶୋର ବିଭାଗର ବିଚାରପତି ଥିଲେ ଅର୍ଚ୍ଚିତ ପଣ୍ଡା, ପ୍ରିୟାଂଶୀ ମିଶ୍ର, ଅନୁଷ୍କା ସାହାଣୀ ଅଭିଷିକ୍ତା ପ୍ରିୟଦର୍ଶିନୀ, ପ୍ରୀତି ମୁନି, ଆଶୁତୋଷ ମିଶ୍ର ଏବଂ ବିଦ୍ୟାଳୟର ଗୁରୁଜୀ ଗୁରୁମା। ବିଜ୍ଞାନମେଳାର ପ୍ରମୁଖ ଶ୍ରୀମତୀ ସବିତା ପାଳ ବୃତ୍ତକଥନ କହିଥିଲେ ଏବଂ ଫଳାଫଳ ଘୋଷଣା କଲେ ଶ୍ରୀ ମନୋଜ କୁମାର ନାୟକ, ସହଯୋଗ କରିଥିଲେ ରାଜ ରାଜେଶ୍ୱରୀ ରଥ ଓ ଭଉଣୀ ମନେ। ଶିଶୁ ବାଟିକାର ସମସ୍ତ ଭାଇ ଭଉଣୀ ଭାଗ ନେଇଥିଲେ ପ୍ରମୁଖ ସୁକାନ୍ତି ଦାଶଙ୍କ ତତ୍ୱାବଧାନ ରେ। ମଞ୍ଚ ପରିଚାଳନା କରିଥିଲେ ବନଶ୍ରୀ ଦାଶ।ଅତିଥିଙ୍କ ପରିଚୟ ଦେଇଥିଲେ ସୁମତି ମୁଣ୍ଡ ଓ ଧନ୍ୟବାଦ ଅର୍ପଣ କରିଥିଲେ ରଶ୍ମିତା ପଣ୍ଡା। ସମସ୍ତ ଗୁରୁଜୀ ଗୁରୁମା ଓ ସେବକ ସେବିକାଙ୍କ ସହଯୋଗ ରେ ଶୃଙ୍ଖଳିତ ଭାବରେ ପରିସମାପ୍ତି ହୋଇଥିଲା।




କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ