ମାଲକାନଗିରି ସରକାରୀ ହାଇସ୍କୁଲ ଏନ ପି ଏସ ଶିକ୍ଷକ ସଂଘ ପକ୍ଷ ରୁ ଦୁଇ ଦଫା ଦାବି ପତ୍ର ଗଣ ଶିକ୍ଷା ବିଭାଗ ସଚିବ ଙ୍କୁ ପ୍ରଦାନ
ମାଲକାନଗିରି, ୦୧/୦୮ (ଶ୍ରୀ ଶରତ ଚନ୍ଦ୍ର ଖରା) : ମାଲକାନଗିରି ଜିଲ୍ଲା ଗସ୍ତରେ ଥିବା ଡଃ ଏନ୍ ତିରୁମାଲା ନାୟକ,ଏଇ ଏ ଏସ୍ କମିଶନର କମ୍ ସଚିବ ବିଦ୍ୟାଳୟ ଓ ଶିକ୍ଷା ବିଭାଗ,ଓଡ଼ିଶା ସରକାର ଙ୍କୁ ସରକାରୀ ହାଇ ସ୍କୁଲ ଏନ ପି ଏସ ଶିକ୍ଷକ ସଂଘ, ମାଲକାନଗିରି ଜିଲ୍ଳା ଦୁଇ ଦଫା ଦେବି ନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବି ଦୁଇଟି ହେଲା 2004 ରୁ 2013 ପର୍ଯନ୍ତ ଠିକା ନିଯୁକ୍ତି ପାଇଁ ଥିବା ଶିକ୍ଷକଙ୍କ ୬ବର୍ଷର ମୂଳ ଚାକିରିରେ ଯୋଗ ହେବା ଓ ୬ ଟି ନସନାଲ ଇନକ୍ରିମେଣ୍ଟ ପ୍ରଦାନ୍ କରିବା, ହାଇ ସ୍କୁଲ ଶିକ୍ଷକମାନଙ୍କ କ୍ୟାଡର୍ ପୁନ୍ୟ ଗଠନ। ଉକ୍ତ ଦାବି ନେଇ ଶିକ୍ଷକମାନେ ଦୀର୍ଘ ଦିନ ହେବ ସଂଘର୍ଷ କରି ଆସୁଛନ୍ତି ଯାହାକି ଏକ ନାର୍ୟ ଦାବି ଏହି ସାକ୍ଷାତ କାର୍ଯ୍ଯ କ୍ରମରେ ଜିଲ୍ଲା ସଭାପତି ଶ୍ରୀ ସଂଜୀବ କୁମାର ବୈଦ୍ୟ ଜିଲ୍ଲା ସମ୍ପାଦକ ସନାତନ ଦାସ ଜିଲ୍ଲା କୋଷାଧ୍ୟକ୍ଷ କନିଷ୍ଠ ନାଗ ଜିଲ୍ଳା ଉପଦେଷ୍ଠା ରଂଜନ ବେହେରା, ସୃତିକା ସୁକୁଲ ସୁହାନି ବାଘ୍ ଚତୁର୍ଭୁଜ ଦାସ , ବାସୁଦେବ ପଣ୍ଡା , ବିଷ୍ଣୁ ସୁବୁଦ୍ଧି, ନିହାର ରଞ୍ଜନ ଚୌଧରୀ ତଥା ଅନେକ ଶିକ୍ଷକ ଯୋଗ ଦେଇଥିଲେ।