Hot Posts

6/recent/ticker-posts

ଧର୍ମାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ନିକଟରୁ ମଦ ଦୋକାନ ହଟାଇବା ଦାବିରେ ଯୁବ କଂଗ୍ରେସର ବିକ୍ଷୋଭ

କଟକ, ୦୨/୦୮ ( କାହୁଁ ଚରଣ ବାରିକ ) : କଟକ ସହରର ସମସ୍ତ ଧର୍ମାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ନିକଟରେ ମଦ ଦୋକାନ, ବାର କିମ୍ବା କାଉଣ୍ଟର ବନ୍ଦ କରିବା ଦାବୀରେ କଟକ ଜିଲ୍ଲା ନଗର ଯୁବ କଂଗ୍ରେସ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିରେ ଯୁବକଂଗ୍ରେସ କର୍ମୀମାନେ ଅଭିଯୋଗ କରିଛନ୍ତି ଯେ ସର୍ବୋଚ୍ଚ ଅଦାଲତ ଙ୍କ ବାରଣ ସତ୍ତ୍ବେ ଧର୍ମାନୁଷ୍ଠାନ ପାଖରେ ଏସବୁ ମଦ ଦୋକାନ ଓ ବାର ଚାଲିଛି । ତେଣୁ ଅବକାରୀ ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନ ନେଲେ ଆଗକୁ ଅବକାରୀ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି ଚେତାବନୀ ଦିଆଯାଇଛି ।