Hot Posts

6/recent/ticker-posts

ବନ୍ୟା ପ୍ରଭାବିତ ଚାଷଜମି ପରିଦର୍ଶନ କଲେ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ, କ୍ଷୟକ୍ଷତି ଆକଳନ ଆରମ୍ଭ

ବରୀ, ୦୨/୦୮ ( ରଂଜିତ ମହାନ୍ତି ) : ବରୀ ଅଞ୍ଚଳରେ ବନ୍ୟା ଓ ନଦୀବନ୍ଧରେ ଚାରିଟି ଘାଇ ସୃଷ୍ଟି ହେବା ପରେ ବ୍ୟାପକ ଚାଷଜମି ପାଣି ଘେରରେ ରହିଛି। ଏହାର ପ୍ରଭାବରେ ହେକ୍ଟର ହେକ୍ଟର ଚାଷଜମି ଓ ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ ମିଳିଛି। ଏହି ପରିସ୍ଥିତିର ସମୀକ୍ଷା ପାଇଁ ଆଜି ଉଦ୍ୟାନ ବିଭାଗର ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ଗୋପୀନାଥ କର, କୃଷି ଅଧିକାରିଣୀ ଜ୍ୟୋତିମୟୀ ବେହେରା, ଉଦ୍ୟାନ ଅଧିଦର୍ଶକ ଜୟନ୍ତ ବେହେରା ଓ ହରମୋହନ ମହାପାତ୍ର ଚନ୍ଦନପୁର, ଗମୁ ଓ ମହାକାଳପଡ଼ା ପଞ୍ଚାୟତର ବିଭିନ୍ନ ଚାଷଜମି ପରିଦର୍ଶନ କରିଥିଲେ। ପରିଦର୍ଶନ ସମୟରେ ବିଭିନ୍ନ ପନିପରିବା କିଆରୀ ପାଣିରେ ବୁଡ଼ି ନଷ୍ଟ ହୋଇଥିବା ଦେଖିବାକୁ ମିଳିଥିଲା। ବନ୍ୟା କାରଣରୁ ଚାଷୀମାନେ ବ୍ୟାପକ କ୍ଷତି ସହିଥିବାରୁ ସେମାନଙ୍କୁ ସରକାରୀ ସହାୟତା ଓ କ୍ଷତିପୂରଣ ଯୋଗାଇବା ନେଇ ବିଭାଗ ପକ୍ଷରୁ କ୍ଷୟକ୍ଷତିର ଆକଳନ ଆରମ୍ଭ କରାଯାଇଛି। ତଦନ୍ତ ରିପୋର୍ଟ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ବିଭାଗ ସୂଚନା ଦେଇଛି।