Hot Posts

6/recent/ticker-posts

ଆସ୍ଥା ଫେଡେରେସନ ବସ୍ତାର ପୁନଃଗଠନ ଦାବିରେ ଆମରଣ ଅନଶନ l

ବାଲେଶ୍ୱର, ୨୩/୦୭ ( ପ୍ରଭାକର ମଲ୍ଲିକ ) : ଆସ୍ଥା ଫେଡେରେସନ ବସ୍ତାର ପୁନଃଗଠନ ଦାବିରେ ବସ୍ତା ବ୍ଲକ ପରିସରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଆମରଣ ଅନଶନ ଆରମ୍ଭ କରିଛନ୍ତି। ଦୀର୍ଘଦିନ ଧରି ସେମାନଙ୍କ ଦାବି ପୂରଣ ନ ହେବା ସହ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ପ୍ରାୟ ସାତ ମାସ ଧରି ବିଭାଗୀୟ କାର୍ଯ୍ୟାଳୟ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିବା ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି। ଅନଶନକାରୀ ମହିଳାମାନଙ୍କ କହିବା ଅନୁଯାୟୀ ଆସ୍ଥା ଫେଡେ ରେସନର ପୁନଃଗଠନ ସମ୍ପର୍କରେ ସକ୍ଷମ ବୋଲି ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସମ୍ପୃକ୍ତ ବିଭାଗ ତାହାକୁ କାର୍ଯ୍ୟକାରୀ କରୁନାହିଁ। ଏହାକୁ ନେଇ ବାରମ୍ବାର ଦାବିପତ୍ର ଦେବା ସହ ବିଭିନ୍ନ ସ୍ତରରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବାରୁ ସେମାନେ ବାଧ୍ୟ ହୋଇ ଆମରଣ ଅନଶନର ପଥ ବାଛି ଥିବା କହିଛନ୍ତି। ଆନ୍ଦୋଳନକାରୀମାନେ ଦାବି କରିଛନ୍ତି ଯେ, କୋର୍ଟ ଙ୍କ ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରାଯାଇ ଆସ୍ଥା ଫେଡେ ରେସ ନର ପୁନଃଗଠନ କରାଯାଉ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନ ଶନ ଜାରି ରହିବ ବୋଲି ସେମାନେ ସ୍ପଷ୍ଟ କରିଛନ୍ତି। ଶେଷରେ ବସ୍ତା ବିଡିଓ ମିହିର ରଞ୍ଜନ ବେହେରା ଆନ୍ଦୋଳନ କାରୀଙ୍କ ଦାବି ଅବିଳମ୍ବେ ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ଅନଶନ ପ୍ରତ୍ୟାହୃତ ହୋଇଥିଲା l 



ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l