ବାଲେଶ୍ୱର, ୨୩/୦୭ ( ପ୍ରଭାକର ମଲ୍ଲିକ ) : ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ନଟାକଟା ପଞ୍ଚାୟତର ଚାଷିପଡ଼ା ଗ୍ରାମର ଦିଲିପ କୁମାର ବେହେରା ଓ ମାତା ସସ୍ମିତା ବେହେରାଙ୍କ ପୁତ୍ର ଉଦିତ ବେହେରା ନିଟ ପରୀକ୍ଷାରେ ୭୨୦ ରୁ ୬୫୩ ନମ୍ବର ରଖି ସଫଳତା ହାସଲ କରିଛନ୍ତି। ସେ ସର୍ବଭାର ତୀୟ ସ୍ତରରେ ୧୨୭୪ ରେଙ୍କ ହାସଲ କରି ଅମର୍ଦାରୋଡ ନଟାକଟା ପଞ୍ଚାୟତକୁ ଗୌରାବନିତ କରିଥିବାରୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବି କୃତଜ୍ଞତା ଜଣାଇଛନ୍ତି। ତାଙ୍କୁ ପଚାରିବାରୁ ସେ ଏହି ସଫଳତା ବାପା, ମା, ଜେଜେ ବାପା, ଜେଜେମା, ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ତାଙ୍କୁ ପଚାରିବାରୁ ସେ କହିଛନ୍ତି ଡାକ୍ତର ହେବି ଏବଂ ରୋଗୀ ସେବା ନିଷ୍ଠାର ସହ ସେବା ଯୋଗାଇବି ଏବଂ ରାଜ୍ୟବାସୀଙ୍କ ସେବାରେ ନିଜକୁ ନିୟୋଜିତ କରିବି ବୋଲି ପ୍ରକାଶ କରିଛନ୍ତି।ତାଙ୍କ ସଫଳତାକୁ ନେଇ ଅଞ୍ଚଳରେ ପ୍ରଶଂସାର ସୁଅ ଛୁଟୁଛି।
ବାଲେଶ୍ୱର ଜିଲ୍ଳାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l
