Hot Posts

6/recent/ticker-posts

ଧସିଲା କଟକର ପ୍ରେସଛକ–ନୂଆପଡ଼ା ମୁଖ୍ୟ ରାସ୍ତା, ଯାତାୟାତ ବାଧାପ୍ରାପ୍ତ

କଟକ, ୨୩/୦୭ ( କାହୁଁ ଚରଣ ବାରିକ ) : କଟକ ସହରର ନୂଆପଡ଼ା ଅଞ୍ଚଳରେ ଗତକାଲି ଦବିଥିବା ରାସ୍ତା ଆଜି ସକାଳୁ ସମ୍ପୂର୍ଣ୍ଣ ଧସିଯାଇଛି। ରାସ୍ତାର ଏକ ବଡ଼ ଅଂଶ ଭୁଶୁଡ଼ି ପଡ଼ିଥିବାରୁ ଜନବହୁଳ ପ୍ରେସଛକ–ନୂଆପଡ଼ା ମୁଖ୍ୟ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ୱାଟକୋ (WATCO) ପକ୍ଷରୁ କରାଯାଇଥିବା ନିମ୍ନମାନର କାର୍ଯ୍ୟ ଯୋଗୁଁ ରାସ୍ତାରେ ପ୍ରଥମେ ଫାଟ ସୃଷ୍ଟି ହୋଇଥିଲା। ପରେ ତାହା ଧୀରେ ଧୀରେ ଦବିଯାଇ ଆଜି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଘଟଣାସ୍ଥଳରେ ପ୍ରଶାସନ ପକ୍ଷରୁ ସ୍ଥିତିର ଅନୁଧ୍ୟାନ କରାଯାଉଥିବା ବେଳେ ରାସ୍ତା ମରାମତି ନେଇ ପରବର୍ତ୍ତୀ ପଦକ୍ଷେପକୁ ସମସ୍ତଙ୍କ ନଜର ରହିଛି। ସ୍ଥାନୀୟ ବାସିନ୍ଦା ଓ ଯାତ୍ରୀମାନେ ବିଭାଗୀୟ ଅଧିକାରୀଙ୍କୁ ତୁରନ୍ତ ରାସ୍ତା ମରାମତି କରି ସୁରକ୍ଷିତ ଯାତାୟାତ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଦାବି କରିଛନ୍ତି।