ବାଲେଶ୍ୱର, ୦୬/୦୭ ( ପ୍ରଭାକର ମଲ୍ଲିକ ) : ନଟାକଟା ପଞ୍ଚାୟତ ସ୍ଥିତ ଅମର୍ଦାରୋଡ ବାଜାର ନିକଟସ୍ଥ ରେଲୱେ ଷ୍ଟେସନକୁ ଯିବା ମୁଖ୍ୟରାସ୍ତା ଉପରେ ଗତ ତିନି ଦିନ ଧରି ଲଘୁଚାପ ଜନିତ ବର୍ଷା ଯୋଗୁଁ ପାଣି ଜମି ରହିଛି। ଯାଫଳରେ ଯାତ୍ରୀମାନେ ଓ ସ୍ଥାନୀୟ ଜନସାଧାରଣ ଘୋର ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି।ବର୍ଷା ପାଣି ନିଷ୍କାସନ ହୋଇ ନ ପାରି ଘଣ୍ଟା ଘଣ୍ଟା ଜମି ରହିବାରୁ ଷ୍ଟେସନକୁ ପଥଚାରି ଠାରୁ ଆରମ୍ଭ କରି ଦୁଇ ଚାକିଆ ଯାନବାହାନ ଗୁଡ଼ିକ ଯାତାୟତରେ ବିପଦ ସୃଷ୍ଟି କରୁଛି। ପୂର୍ବରୁ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଶମ୍ଭୁନାଥ ସେଠୀ ଜୈନିକ କଣ୍ଟ୍ରାକଟରକୁ କହିବା ପରେ ଜେସିବି ସାହାଯ୍ୟରେ ଜଳ ନିଷ୍କାସନ ଏକ ଅସ୍ଥାୟୀ ନାଳ ତିଆରି କରିଦେଇ ଚୁପ ବସି ଯାଇଥିଲେ। ହେଲେ ସ୍ଥାୟୀ ପ୍ରତିକାର କରିନଥିଲେ। ନକରିବା ଫଳରେ ଗତ ତିନି ଦିନ ଧରି ବର୍ଷା ଲାଗି ରହିଥିବାରୁ ପୁଣି ଉକ୍ତ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହିବାରୁ ଲୋକ ହଇରାଣ ହରକତ ହେଉଥିବାରୁ ଆଜି ପୁଣି ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତଥା ବର୍ତ୍ତମାନର ସରପଞ୍ଚ ପ୍ରତିନିଧି ଶମ୍ଭୁନାଥ ସେଠୀଙ୍କୁ ସ୍ଥାନୀୟ ଲୋକ ଏବଂ ଯାତ୍ରୀମାନେ ଜଣାଇଥିଲେ। ସଙ୍ଗେ ସଙ୍ଗେ ଶ୍ରୀ ସେଠୀ ଜୈନିକ ଠେକେଦାରଙ୍କୁ ଯଥାଶୀଘ୍ର ମରାମତି କରିବାକୁ ଅବଗତ କରାଇଥିଲେ। ଉକ୍ତ ରେଲୱେ ଦୟନୀୟ ରାସ୍ତା ଓ ଡ୍ରେନେଜ ବ୍ୟବସ୍ଥା କରାନ ଗଲେ ପାଣି ନିଷ୍କାସନ ହେବା ଅସମ୍ଭବ।ତେବେ ଜନସାଧାରଣ ଓ ଯାତ୍ରୀଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି ବିହିତ ପଦକ୍ଷେପ ଗ୍ରହଣ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଲୋକଙ୍କୁ ଆଲୋଚନାରୁ ଜଣାପଡିଛି।
ବାଲେଶ୍ୱର ଜିଲ୍ଳାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l
