ମାନତୀରା ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁ ଙ୍କ ସ୍ନାନ ଯାତ୍ରା ଓ ଅଣସର ନୀତି ଆରମ୍ଭ।
ଯାଜପୁର, ୦୧/୦୭ ( ନିରୋଜ କୁମାର ସେଠୀ ) : ଦାନଗଦୀ ବ୍ଳକ ମାନତୀରା ପଞ୍ଚାୟତ ଅନ୍ତର୍ଗତ ମାନତୀରା ଗ୍ରାମସ୍ଥ ଶ୍ରୀଜଗନ୍ନାଥ ମନ୍ଦିର ର ପ୍ରଚଳିତ ବିଭିନ୍ନ ଯାତ୍ରା, ପର୍ବ, ପର୍ବାଣୀ ର ପରମ୍ପରା ଅନୁଯାୟୀ ଚଳିତ ଜ୍ୟେଷ୍ଠ ମାସ ପୁର୍ଣ୍ଣିମା ତା ୨୯/୦୬/୨୦୨୬ ରିଖ ସୋମବାର ଅଞ୍ଚଳ ର ଆରାଧ୍ୟ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ସ୍ନାନ ଯାତ୍ରା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ଉତ୍ସବରେ ମାନତୀରା ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ର ତତ୍ତ୍ଵାବଧାନରେ ମନ୍ଦିର ର ପରମ୍ପରା ଅନୁଯାୟୀ ମହାପ୍ରଭୁ ଙ୍କ ଶ୍ରୀ ବିଗ୍ରହ ମାନଙ୍କୁ ମାନତୀରା ମନ୍ଦିର ର ସେବକ ସମ୍ପ୍ରଦାୟ ,ପୂଜାପଣ୍ଡା ତଥା ଗ୍ରାମର ବ୍ରାହ୍ମଣ ମାନଙ୍କ ଦ୍ଵାରା ପହଣ୍ଡି କରି ସ୍ନାନ ମଣ୍ଡପ ରେ ବିଜେ କରାଯାଇ ଚତୁ୍ର୍ଦ୍ଧା ବିଗ୍ରହ ଙ୍କର ବୈଦିକ ରୀତିରେ ସମସ୍ତ ଉପଚାର ପୂର୍ବକ ପୂର୍ବରୁ ଅଧିବାଶ ହୋଇ ରହିଥିଵା ୧୦୮ କୁମ୍ଭ ଜଳରେ ଦିବ୍ୟ ସ୍ନାନ କରାଯାଇଥିଲା। ମାନତୀରା ଜଗନ୍ନାଥ ମନ୍ଦିର କର୍ମକର୍ତ୍ତା ମାନଙ୍କ ସହଯୋଗରେ ଶାଖା ର ସମସ୍ତ ଚାରଣ ଭାଇ ମାନେ ତଥା ଗ୍ରାମ ର ସଙ୍କୀର୍ତ୍ତନ ମଣ୍ଡଳୀ ,ଯୁବକ ସମ୍ପ୍ରଦାୟ ସାମୁହିକ ସ୍ୱାଧ୍ୟାୟ, ସଙ୍କୀର୍ତ୍ତନ ମାଧ୍ୟମ ରେ ଏକ ଅପୂର୍ବ ଆନନ୍ଦ ମୟ ବାତାବରଣ ସୃଷ୍ଟି କରିଥିଲେ। ଏହି ଉତ୍ସବ ରେ ଅଞ୍ଚଳସ୍ଥ ଅଡୋଶି ପଡଶି ଗ୍ରାମରୁ ବହୁ ସଂଖ୍ୟାରେ ଭକ୍ତ ମାନେ ଯୋଗ ଦାନ କରି ସ୍ନାନ ମଣ୍ଡପ ରେ ଶ୍ରୀବିଗ୍ରହ ମାନଙ୍କର ଦିବ୍ୟ ସ୍ନାନ ଲୀଳା ତଥା ଗଜାନନ ବେଶ ଦର୍ଶନ ପୂର୍ବକ ମହାପ୍ରସାଦ ସେବା କରି , ପ୍ରଭୁ ଙ୍କର ଦିବ୍ୟ କୃପା ପ୍ରାପ୍ତି କରିବା ସହ ଉତ୍ସବ କୁ ଭବ୍ୟ, ଦିବ୍ୟ ଆନନ୍ଦାଭିଭୁତ କରି ଭକ୍ତି ମୟ ପରିବେଶ ସୃଷ୍ଟି କରିଥିଲେ। ପାର୍ବଣ ମହୋତ୍ସବର ପାରମ୍ପରିକ ଷଢାଙ୍ଗ ସଂସ୍କାର ବିଧି ଅନୁଯାୟୀ ସ୍ନାନ ଯାତ୍ରା ଉପରାନ୍ତେ ରାତ୍ରୀରେ ଶ୍ରୀ ଜୀଉମାନେ ଜ୍ବରରେ ପିଡିତ ହୋଇ ଅଣସର ପିଣ୍ଡିକୁ ବିଜେ କରିଥିଲେ।