Hot Posts

6/recent/ticker-posts

ସୀମାରେ ସୁରକ୍ଷା, ସମାଜରେ ଜୀବନଦାନ: ବୀର ଯବାନଙ୍କ ମହାନତା

କଳାହାଣ୍ଡି, ୦୬/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : ସୀମାରେ ଦେଶର ସୁରକ୍ଷା କରିବା ସହ ସମାଜରେ ଜଣେ କୁନି ଶିଶୁର ଜୀବନ ବଞ୍ଚାଇ ମାନବିକତାର ଉଜ୍ଜ୍ୱଳ ଉଦାହରଣ ସୃଷ୍ଟି କରିଛନ୍ତି ଭାରତୀୟ ସେନାର ଯବାନ ଇନ୍ଦ୍ରଜୀତ ମାଝୀ। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଅଞ୍ଚଳର ମାତ୍ର ଏକ ବର୍ଷ ଛଅ ମାସର ଶିଶୁ ପୃଥିବୀ ନାଏକଙ୍କ ପାଇଁ ଜରୁରୀ ସମୟରେ ରକ୍ତଦାନ କରି ସେ ପୁଣିଥରେ ମାନବ ସେବାର ପରିଚୟ ଦେଇଛନ୍ତି। ଜୀବନ ମରଣ ସହ ସଂଘର୍ଷ କରୁଥିବା କୁନି ପୃଥିବୀ ନାଏକଙ୍କ ପାଇଁ ଜରୁରୀ ଭାବେ ଦୁର୍ଲଭ AB+ve ରକ୍ତର ଆବଶ୍ୟକତା ଥିଲା। ଏହି ସମୟରେ ଭାରତୀୟ ସେନାର ଯବାନ ଇନ୍ଦ୍ରଜୀତ ମାଝୀ ନିଜର ସମାନ ରକ୍ତ ଗ୍ରୁପ୍ ଥିବାରୁ ତୁରନ୍ତ ରକ୍ତଦାନ କରି ଶିଶୁଟିର ଜୀବନ ବଞ୍ଚାଇବାରେ ସହଯୋଗ କରିଥିଲେ। ଦେଶର ସୀମାରେ ସୁରକ୍ଷା ଦେବା ସହ ସମାଜ ପ୍ରତି ନିଜର ଦାୟିତ୍ୱ ପାଳନ କରି ସେ ସମସ୍ତଙ୍କ ପ୍ରଶଂସାର ପାତ୍ର ପାଲଟିଛନ୍ତି। ଏହା ପ୍ରଥମ ଥର ନୁହେଁ। ଇନ୍ଦ୍ରଜୀତ ମାଝୀ ଏହା ପୂର୍ବରୁ ମଧ୍ୟ ୬ ଥରରୁ ଅଧିକ ରକ୍ତଦାନ କରି ଅନେକ ରୋଗୀଙ୍କ ଜୀବନ ବଞ୍ଚାଇଛନ୍ତି। ତାଙ୍କ ଏହି ମହାନ ସେବାଭାବ ସମାଜ ପାଇଁ ଏକ ପ୍ରେରଣାଦାୟକ ଉଦାହରଣ। "ରକ୍ତଦାନ ହିଁ ମହାଦାନ" ବାର୍ତ୍ତାକୁ ସେ ନିଜ କାର୍ଯ୍ୟ ମାଧ୍ୟମରେ ସାର୍ଥକ କରିଛନ୍ତି। ବୀର ଯବାନ ଇନ୍ଦ୍ରଜୀତ ମାଝୀଙ୍କ ଏହି ମହାନ ମାନବିକ କାର୍ଯ୍ୟ ସମଗ୍ର ଓଡ଼ିଶା ପାଇଁ ଗର୍ବ ଓ ପ୍ରେରଣାର ବିଷୟ ପାଲଟିଛି। 


କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ