Hot Posts

6/recent/ticker-posts

ଥୁଆମୂଳରାମପୁରରେ ନିମ୍ନମାନର କାମର ପର୍ଦ୍ଦାଫାଶ: ସାମାନ୍ୟ ବର୍ଷାରେ ଭୁସୁଡିଲା ପୋଲର ସୁରକ୍ଷା ପାଚେରୀ ।

କଳାହାଣ୍ଡି, ୦୬/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : ଥୁଆମୂଳରାମପୁର ବ୍ଲକରୁ ଆସିଛି ବିକାଶର ଏକ ବିକଳ ଚିତ୍ର। ରାସ୍ତା ଘାଟ ନିର୍ମାଣରେ କିଭଳି ଅତି ନିମ୍ନମାନର କାମ କରାଯାଉଛି, ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଅଡରି ପଞ୍ଚାୟତରେ। ବର୍ଷା ପାଣିରେ ଏକ ପୋଲର ସୁରକ୍ଷା ପାଚେରୀ ସମ୍ପୂର୍ଣ୍ଣ ଭୁସୁଡ଼ି ପଡ଼ିଛି। ଏ ଦୃଶ୍ୟ ହେଉଛି ଥୁଆମୂଳରାମପୁର ବ୍ଲକ ଅଡରି ପଞ୍ଚାୟତ ଅନ୍ତର୍ଗତ ଦଳଗୁଡା ଗ୍ରାମର। ଡୁମେରପଦର ଠାରୁ ସିକାତୁଜି କୁ ସଂଯୋଗ କରୁଥିବା ଏହି PWD ରାସ୍ତାର ଅବସ୍ଥା ଏବେ ବେହାଲ। ନିର୍ମାଣ କାର୍ଯ୍ୟରେ ବ୍ୟାପକ ଅନିୟମିତତା ଏବଂ ଅତି ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଇଥିବାରୁ, ସାମାନ୍ୟ ବର୍ଷାରେ ପୋଲର ସୁରକ୍ଷା ପାଚେରୀ (ଗାର୍ଡ ୱାଲ୍) ଭୁସୁଡ଼ି ପଡ଼ିଛି। ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ଲୋକଙ୍କ ଯାତାୟାତରେ ଘୋର ଅସୁବିଧା ସୃଷ୍ଟି ହୋଇଛି। ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏଭଳି ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ତେଣୁ ତୁରନ୍ତ ଏହାର ଉଚ୍ଚସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ବିକାଶ ନାଁରେ ବିନାଶର ଏହି ଚିତ୍ର ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। କେବେ ଏହି ରାସ୍ତାର ମରାମତି ହେଉଛି ତାହା ଦେଖିବାକୁ ବାକି ରହିଲା।



କଳାହାଣ୍ଡି ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ