Hot Posts

6/recent/ticker-posts

ଅବସରକାଳୀନ ବିଦାୟ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ

ଲଇକେରା, ୩୦/୦୬ : ଝାରସୁଗୁଡା ଜିଲ୍ଲାର ପିଏମଶ୍ରୀ କେ.ବି.ଜେ ସରକାରୀ ଉଚ୍ଚ ବିଦ୍ୟାଳୟ, ଲଇକେରା ଠାରେ ମଙ୍ଗଳବାର ଦିନ ଅବସରକାଳୀନ ବିଦାୟ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ଗିରିଧାରୀ ପଟେଲ ୨୭/୦୯/୧୯୯୭ ମସିହାରେ ତାଙ୍କର ଶିକ୍ଷକତା ଜୀବନ ଆରମ୍ଭ କରିଥିବାବେଳେ ୨୮/୦୫/୨୦୨୧ ମସିହାରେ ଏହି ବିଦ୍ୟାଳୟରେ ଯୋଗଦାନ କରିଥିଲେ । ଦୀର୍ଘ ୨୯ ବର୍ଷର ସଫଳ ଚାକିରୀ ଜୀବନ ପରେ ସେ ତା,୩୦/୦୬/୨୦୨୬ ମସିହାରେ କେବିଜେ ସରକାରୀ ଉଚ୍ଚ ବିଦ୍ୟାଳୟ, ଲଇକେରା ରୁ ଅବସର ଗ୍ରହଣ କରିଥିଲେ ।ଏହି ଅବସର ରେ ବିଦ୍ଯାଳୟ ପକ୍ଷରୁ ଏକ ସଭାର ଆୟୋଜନ କରାଯାଇଥିଲା ।ସଭାରେ ମୂଖ୍ୟ ଅତିଥି ଭାବେ ଲଇକେରା ବିଇଓ ହିମାଂଶୁ ବାଗ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଏବିଇଓ ଜନ୍ମାଜୟ ନାଏକ, ଏସଏମସି ଚେୟାରପର୍ସନ ଦେବାର୍ଚ୍ଚନ ଅଗ୍ରୱାଲ ଏବଂ ପୂର୍ବତନ ଶିକ୍ଷକ ଲମ୍ୱୋଦର ପୃସେଟ ଉପସ୍ଥିତ ରହି ଶିକ୍ଷାର ମହତ୍ତ୍ୱ ଓ ଗୁଣାତ୍ମକ ଉପରେ ଅଭିଭାଷଣ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ପଟେଲ ସଭାପତି ଭାବେ ସଭା ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ଚୈତନ୍ୟ କଣ୍ଟା ମଞ୍ଚ ପରିଚାଳନା କରିଥିଲେ । ସଭା ଶେଷରେ ବିଜ୍ଞାନ ଶିକ୍ଷୟିତ୍ରୀ କଲ୍ୟାଣୀ ଏକ୍କା ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ସହଯୋଗ କରିଥିବା ବେଳେ ଶେଷରେ ଏକ ବିରାଟ ଶୋଭାଯାତ୍ରା ମାଧ୍ୟମରେ ଶିକ୍ଷକ ଗିରିଧାରୀ ପଟେଲଙ୍କୁ ତାଙ୍କ ବାସ ଭବନ ପର୍ଯ୍ୟନ୍ତ ପାଛୋଟି ନେଇ ପୁଣି ବିଦ୍ୟାଳୟକୁ ଫେରିଥିଲେ ।