ବାଲିଆପାଳ ଶ୍ରଦ୍ଧା କ୍ଷେତ୍ରରେ ରଥଯାତ୍ରା ଅନୁଷ୍ଠିତ।
ବାଲିଆପାଳ, ୧୬/୦୭ ( ସନ୍ୟାସୀ ବେହେରା ) : ବାଲିଆପାଳ ବ୍ଲକ ଖଗଡାପାଳ ସ୍ଥିତ ଶ୍ରଦ୍ଧା କ୍ଷେତ୍ରରେ ଗୁରୁବାର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରତିକୂଳ ପାଗରେ ମଧ୍ଯ ବାଲିଆପାଳ ବଡଦାଣ୍ଡରେ ଭକ୍ତଙ୍କ ଗହଳି ହୋଇଥିଲା। ପ୍ରଭୁଙ୍କ ରଥ ରାତ୍ରି ୮ ଟାରେ ବାଲିଆପାଳ ବସଷ୍ଟାଣ୍ଡ ସ୍ଥିତ ମାଉସୀ ମା ମନ୍ଦିରରେ ପହଞ୍ଚିଥିଲା। ଏଠାରେ ମାତା ସୁଭଦ୍ରାଙ୍କ ରଥକୁ କେବଳ ମହିଳା ମାନେ ହିଁ ଟାଣିଥାନ୍ତି । ଆଜି ବ୍ରାହ୍ମ ମୁହୂର୍ତ୍ତରୁ ମନ୍ଦିରର ପୂଜା ପଣ୍ଡା ମାନେ ଶ୍ରୀ ଜୀଉ ମାନଙ୍କର ସମସ୍ତ ନୀତି କାନ୍ତି ସମାପନ କରିଥିଲେ। ପରେ ଅପରାହ୍ନ ୫ଟାରେ ପ୍ରଥମେ ଚକ୍ରରାଜ ସୁଦର୍ଶନ, ବଡ଼ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ଓ ଶେଷରେ ଜଗନ୍ନାଥଙ୍କୁ ଗୋଟି ପହଣ୍ଡିରେ ରଥାରୂଢ କରାଯାଇଥିଲା। ଛେରା ପହଁରା ପରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇ ଥିଲା କାର୍ଯ୍ୟକ୍ରମରେ ମନ୍ଦିର ପରିଚାଳନା କମିଟି ସଭାପତି ବ୍ରଜମୋହନ ଭୂୟାଁ, ସମ୍ପାଦକ ପ୍ରଫୁଲ୍ଲ ସାହୁ, ମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଶାନ୍ତ ଚକ୍ରବର୍ତ୍ତୀ, ପୂର୍ବତନ ସରପଞ୍ଚ ମଧୁସୂଦନ ବାରିକ, ମୁରଲୀ ମୋହନ ସାହୁ ,ପ୍ରିୟନାଥ ସେଠୀ, ସୁଶାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ବାଲିଆପାଳ ତହସିଲଦାର ସସ୍ମିତା ମୁର୍ମୁ ମାଜିଷ୍ଟ୍ରେଟ ଦାୟିତ୍ୱରେ ରହିଥିବା ବେଳେ ବସ୍ତା ଏସଡିପିଓ ସମର୍ଥ କୁମାର ବେହେରା , ଆଇ ଆଇସି ସାଲଖାନ ମୁର୍ମୁ ,ଏସ ଆଇ ସସ୍ମିତା ପାଲଙ୍କ ସହିତ ଅନ୍ଯ ଅଧିକାରୀମାନେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।