Hot Posts

6/recent/ticker-posts

ଜୟଜଗନ୍ନାଥ ଧ୍ୱନିରେ କମ୍ପିଲା ସିନାପାଲି - ମାଁ ସୁଭଦ୍ରା ଙ୍କ ରଥ ଟାଣିଲେ ମହିଳା ଶ୍ରଦ୍ଧାଳୁ l

ସିନାପାଲି, ୧୬/୦୭ ( ପରମେଶ୍ୱର ମେହେର ) : ଆଜି ସକାଳୁ ଲଗାଣ ବର୍ଷା ସତ୍ୱେ ସିନାପାଲି ରଥଯାତ୍ରାରେ ଆଖପାଖ ଅଂଚଳ ତଥା ପଡ଼ୋଶୀ ଛତିଶଗଡ଼ ଅଂଚଳରୁ ଆସିଥିବା ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା l ଗୁରୁବାର ସକାଳୁ ପାରମ୍ପରିକ ରୀତିନୀତି ଅନୁଯାୟୀ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ପୂଜାପାଠ କରାଯିବା ପରେ ଅପରାହ୍ଣରେ ଶ୍ରୀଜିଉଙ୍କ ପହଣ୍ତି ବିଜେ ପରେ ବିଜୟ ମେହେରଙ୍କ ଦ୍ୱାରା ତିନି ରଥରେ ଛେରାପହରା କରାଯାଇ ରଥଟଣା ଯାଇଥିଲା l ରଥଯାତ୍ରାରେ ପାରମ୍ପରିକ ସଂପ୍ରଦା, ସଂକିର୍ତ୍ତନ, ଘଣ୍ଟଦଳ ସାମିଲ ହୋଇଥିବା ବେଳେ ଶ୍ରଦ୍ଧାଳୁଙ୍କ ହରିବୋଳ, ହୁଳହୁଳିରେ ସମଗ୍ର ପରିବେଶ ଜଗନ୍ନାଥମୟ ହୋଇଥିଲା l ଏଠିକାର ପରମ୍ପରା ଅନୁସାରେ ମାଁ ସୁଭଦ୍ରାଙ୍କ ଦେବଦଳନ ରଥକୁ କେବଳ ମହିଳା ଶ୍ରଦ୍ଧାଳୁ ମାନେ ଟାଣିଥିଲେ ା ସୂଚନାଯୋଗ୍ଯ ଯେ ପୁରୀ ଗଜପତିଙ୍କ ଦ୍ୱାରା ସିନାପାଲିରେ ଭବ୍ଯ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଦିନ ଠାରୁ ଏଠାରେ ଆକର୍ଷଣୀୟ ତିନୋଟି ରଥ ଟଣା ଯିବା ସହ ଶ୍ରୀକ୍ଷେତ୍ରର ରୀତିନୀତି ଅନୁଯାୟୀ ଶ୍ରୀଜିଉଙ୍କ ସମସ୍ତ କାର୍ଯ୍ଯ ସଂପନ୍ନ କରାଯାଇ ଆସୁଛି l ରଥଯାତ୍ରାରେ ଭିଡ଼କୁ ଦେଖି ମନ୍ଦିର କମିଟି ଏବଂ ସେଚ୍ଛାସେବୀଙ୍କ ତରଫରୁ ବିଭିନ୍ନ ସ୍ଥାନରେ ପାନୀୟ ଜଳ, ପ୍ରାଥମିକ ଚିକିତ୍ସା ଆଦିର ବ୍ଯବସ୍ଥା କରାଯାଇଥିଲା ା ଏଥିସହ ଏହି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣପଡ଼ା, ହାତୀବନ୍ଧା, ପତିଏଲପଡ଼ା, ସାଗୁନଭାଡ଼ି, ସିଙ୍ଗଝର, କେନ୍ଦୁମୁଣ୍ତା, ଚଳନା, ଗୋର୍ଲା, ଟିମନପୁର, ଜାମଗାଁ, ଗଣ୍ତାବାହାଳି, ବରଗାଁ, ଗମ୍ଭାରିଗୁଡ଼ା, ଅରସାପଡ଼ା ଆଦି ଗ୍ରାମରେ ମଧ୍ଯ ଶୃଙ୍ଖଳାର ସହ ରଥଯାତ୍ରା ସଂପନ୍ନ ହୋଇଥିବା ଜଣାପଡ଼ିଛି l 


ନୂଆପଡା ଜିଲ୍ଲା ରୁ ପରମେଶ୍ୱର ମେହେର ରିପୋର୍ଟ