ରସଗୋଲା ଦିବସ ଏନେଇ ରସଗୋଲା ପ୍ରସ୍ତୁତି ଚାଲିଛି
କଟକ, ୨୭/୦୭ ( କାହୁଁ ଚରଣ ବାରିକ ) : କଟକ ମାଲଗାଗଦାମ ସାହୁ ସୁଇଟ୍ସ ରୁ ୩୪ବର୍ଷ ପରି ଚଳିତ ବର୍ଷ ମଧ୍ୟ ୩୦୦୦ ରସଗୋଲା ପଠାଯାଉଛି ମହାପ୍ରଭୁଙ୍କ ନିକଟକୁ। ପୁରୀରେ ମହାପ୍ରଭୂଙ୍କ ନୀଳାଦ୍ରି ବିଜେ ଅବସରରେ ରସଗୋଲା ଭୋଗ ଲଗାଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଵାଣ୍ଟିଵା ପାଇଁ କଟକ ବାଲୁବଜାରରେ ତିଆରି ଚାଲିଛି ଏହି ଶିଳପୁଆ ରସଗୋଲା।ଶିଳପୁଆ ରସଗୋଲା ଭିତରେ ଖୁଆ, ଇଂଲଣ୍ଡ, କାଜୁ, ପିସ୍ତା, କେଶର ର ପୁର ରହିଛି। ପ୍ରାୟ ଏକ କ୍ଵିଣ୍ଟାଲ ଛେନାରେ ସାଧାରଣ ରସଗୋଲା ଓ ଶିଳପୁଆ ରସଗୋଲା ପ୍ରସ୍ତୁତ ହୋଇଛି।