Hot Posts

6/recent/ticker-posts

ଦିଲ୍ଲୀ ଜନ୍ତର ମନ୍ତରରେ ଆନ୍ଦୋଳନକାରୀଙ୍କ ଉପରେ ପୋଲିସ ର ବର୍ବର ଲାଠିଚାଳନା ପ୍ରତିବାଦରେ ବିକ୍ଷୋଭ।

ଯାଜପୁର, ୨୩/୦୭ ( ନିରୋଜ କୁମାର ସେଠୀ ) : ଆଜି ପରୀକ୍ଷା ଦୁର୍ନୀତିରେ ସମ୍ପୃକ୍ତ ବ୍ୟକ୍ତି ବିଶେଷ ଙ୍କୁ ଦୃଷ୍ଟାନ୍ତ ମୂଳକ ଶାସ୍ତି ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ବିଶିଷ୍ଟ ବୈଜ୍ଞାନିକ ତଥା ପରିବେଶବିତ ସୋନମ ୱାଂଚୁକଙ୍କୁ ୨୧ ଦିନ ଅନଶନ ଚାଲିଥିବା ସମୟରେ ବଳପୂର୍ବକ ପୋଲିସ ଉଠାଇନେବା ପ୍ରତିବାଦରେ ଦିଲ୍ଲୀରେ ଆନ୍ଦୋଳନରତ ଯୁବ - ଛାତ୍ର ମାନଙ୍କଉପରେ ପୋଲିସର ବର୍ବର ଆକ୍ରମଣକୁ ବିରୋଧ କରି ଏ ଆଇ ଡି ଏସ ଓ, ଏ ଆଇ ଡି ୱାଇ ଓ ଓ ଏ ଆଇ ଏମ୍ ଏସ ଏସ ପକ୍ଷରୁ ଏକ ପ୍ରତିବାଦ ଶୋଭାଯାତ୍ରା ସ୍ଥାନୀୟ ମେଡିକାଲ ଛକରୁ ବାହାରି ବଜାର ପରିକ୍ରମା କଲାପରେ ଜିଲ୍ଲପାଳ ଅଫିସ୍ ସମ୍ମୁଖରେ ପହଞ୍ଚିଥିଲା । ସେଠାରେ ଏ ଆଇ. ଡି. ୱାଇ. ଓ. ରାଜ୍ୟ ଉପ ସଭାପତି ଅଭିମନ୍ୟୁ ମଲ୍ଲିକ ଙ୍କ ସଭାପତିତ୍ବରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିବାଦ ସଭାରେ ଏ. ଆଇ.ଏମ.ଏସ.ଏସ ପକ୍ଷରୁ ସୁଲୋଚନା ପ୍ରଧାନ, ତରଙ୍ଗିଣୀ ଦାସ,ରାଜଶ୍ରୀ ମହାନ୍ତି,ମାଧବୀ ମଲ୍ଲିକ, ଲବଙ୍ଗଲତା ଜେନା,ମମତା ସେଠୀ,ଏ.ଆଇ. ଡି.ୱାଇ.ଓ.ପକ୍ଷରୁ ରାଜ୍ୟ ସମ୍ପାଦକ କେଦାରନାଥ ସାହୁ,ଅକ୍ଷୟ ପଣ୍ଡା, ରାଧାବଲ୍ଲଭ ମଲ୍ଲିକ,ସୁବାସ ମଲ୍ଲିକ ,ସରୋଜ ମହାପାତ୍ର ,କିଶୋର ମଲ୍ଲିକ,ବିକ୍ରମ ଦାସ,ନିମାଇଁ ଚରଣ ମଲ୍ଲିକ ଏ.ଆଇ.ଡି.ଏସ.ଓ ପକ୍ଷରୁ ନିଗମାନନ୍ଦ ଦାସ,ମଧୁସୂଦନ ସେଠୀ ଓ ସମ୍ଭବ ବାରିକ ପ୍ରଭୃତି କେନ୍ଦ୍ର ସରକାରଙ୍କର ଶିକ୍ଷା ମାରଣ ନୀତିର ଦୃଢ଼ ନିନ୍ଦା କରିବା ସଙ୍ଗେ ସଙ୍ଗେ ଏନ ଟି ଏ କୁ ବାତିଲ କରିବା,ଛାତ୍ରମାନଙ୍କ ଉପରେ ଆକ୍ରମଣକାରୀ ପୋଲିସ ଓ ଗୁଣ୍ଡାମାନଙ୍କୁ କଠୋର ଶାସ୍ତି ଦେବା ଓ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଇସ୍ତଫା ଦାବି କରିଥିଲେ। ଯଦି ସରକାର ଦାବୀଗୁଡ଼ିକୁ ମାନି ନ ନିଅନ୍ତି ତେବେ ଏହି ଆନ୍ଦୋଳନକୁ ବ୍ୟାପକ ଓ ଶକ୍ତିଶାଳୀ କରି ଗଢି ତୋଳିବାକୁ ବିକ୍ଷୋଭ କାରୀ ମାନଙ୍କ ପକ୍ଷରୁ ଜନସାଧାରଣଙ୍କୁ ଆହ୍ଵାନ ଦିଆଯାଇଛି। ସୁବାସ ଚନ୍ଦ୍ର ମଲିକ ସଭାପତି, AIDSO ଯାଜପୁର ଜିଲ୍ଲା କମିଟି ।