Hot Posts

6/recent/ticker-posts

ରାସ୍ତା କଡରେ ଥିବା ମଦ ଦୋକାନ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବି

ବାଲିଆପାଳ, ୦୧/୦୭ ( ସନ୍ୟାସୀ ବେହେରା ) : ତା 01/07/26 ରିଖ ବୁଧବାର ବାଲିଆପାଳ ଗାନ୍ଧୀ ଛକ ରାସ୍ତାରେ ବାଲିଆପାଳ ବଜାର, ବାଲିଆପାଳ କମ୍ୟୁନିଟି ହେଲଥ centre ଓ କଛୁଆ ପଡା Primary School ପାଖାପାଖି ମଦ ଦୋକାନ ଥିବାରୁ ଜନ ସାଧାରଣ ନାହିଁ ନ ଥିବା ହଇରାଣ ହେଉଛନ୍ତି |ରାସ୍ତାରେ ସବୁବେଳେ କଲେଜର ଛାତ୍ର ଛାତ୍ରୀ ଯିବା ଆସିବା କରନ୍ତି |ଏହାଛଡା ସନ୍ଧ୍ୟାରେ ମଦ ଦୋକାନ ନିକଟରେ ପ୍ରବଳ ଗହଳି ହେତୁ ଆମ୍ବୁଲାନ୍ସ ମଧ୍ୟ ନାହିଁ ନ ଥିବା ହଇରାଣ ଭୋଗ କରୁଛନ୍ତି |ସରକାରୀ ଆଇନ ମୁତାବକ ପ୍ରଧାନ ରାସ୍ତାର 500ମିଟର ଦୂରରେ ମଦ ଦୋକାନ ରହିବା କଥା |ମାତ୍ର ଏହା ଆଇନ ଉଲଘ୍ନ କରୁଛି ବୋଲି ଚାପା ଗୁଞ୍ଜରଣ ସୃଷ୍ଟି ହେଉଛି |ଏହାଛଡା ଏହି ରାସ୍ତାରେ ଅନ୍ୟ ଏକ ଠିପି ଖୋଲା ମଦ ଦୋକାନ ରହିଛି |ବାଲିଆପାଳ ମିଳିତ ଓଡିଶା ନିଶା ନିବାରଣ ଅଭିଯାନର ସଭାପତି ନାରାୟଣ ପ୍ରସାଦ ସାହୁ, ସମ୍ପାଦକ ସନ୍ୟାସୀ ବେହେରା, ସହ ସମ୍ପାଦକ ସବିଡା ଦାସ, ଜୟନ୍ତୀ ଜେନା, ସରସ୍ବତୀ ଚନ୍ଦ୍ର, ଝିଲ୍ଲୀ ମୁଖି ଓ ବାଲିଆପାଳର ବିଭନ୍ନ ମହିଳା ସଂଗଠକ ଧାରଣାରେ ବସିଥିଲେ ଓ ଏହା ଅନ୍ୟତ୍ର ନ ଉଠିଲେ ଆଗକୁ ବଡ଼ ଆନ୍ଦୋଳନ ହେବ ବୋଲି ଦୃଢ଼ ଦାବି ଉପସ୍ଥାପନା କରିଥିଲେ |