Hot Posts

6/recent/ticker-posts

ଅମର ଯୁକ୍ତ ତିନି ମହାବିଦ୍ୟାଳୟ ଠାରେ ୭୭ତମ ବନ ମହୋତ୍ସବ ସପ୍ତାହ ପାଳିତ

କର୍ଲାମୁଣ୍ଡା, ୦୬/୦୭ (ସୁଶାନ୍ତ ରଣା) : କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଅମର ଯୁକ୍ତତିନି ମହାବିଦ୍ୟାଳୟ ଓ କେସିଙ୍ଗା ବନ ବିଭଗ ମିଳିତ ଭାବେ ମହାବିଦ୍ୟାଳୟ ପରିସରରେ ୭୭ତମ ବନ ମହୋତ୍ସବ ସପ୍ତାହ ପାଳନ କରିଛନ୍ତି। ଏହି ଅବସରରେ ବିଭିନ୍ନ କିସମର ବୃକ୍ଷ ରୋପଣ କରାଯାଇଥିଲା। ଏଥିରେ ଅତିଥିଭାବେ ଅମର ଯୁକ୍ତତିନି ମହାବିଦ୍ୟାଳୟ ଅଧ୍ୟକ୍ଷ ନବୀନ ପଧାନ, ଜାତୀୟ ସେବା ଯୋଜନା ଅଧିକାରୀ ରାଜେନ୍ଦ୍ର ଗହୀର, ଅଧ୍ୟାପିକା ସସ୍ମିତା ସାହୁ, ଅଧ୍ୟାପକ ରବୀନ ନନ୍ଦ, ଅଧ୍ୟାପକ ନରେଶ ବିଶି, କେସିଙ୍ଗା ବନ ବିଭାଗ ବନରକ୍ଷୀ ଅମିତଚକ୍ର ବର୍ତ୍ତୀ, ବନରକ୍ଷୀ ସପ୍ନା କିଷାନ, ବନରକ୍ଷୀ ରାଜଲଷ୍ମୀ ପଧାନ, କର୍ଲାମୁଣ୍ଡା ବ୍ଲକ ସାଂସଦ ପ୍ରାଥୀ ହୃଦାନନ୍ଦ ସାହୁ, ପ୍ରକୃତି ବନ୍ଧୁ ସନତ କୁମାର ସାହୁ, ଅମର ଯୁକ୍ତ ତିନି ମହାବିଦ୍ୟାଳୟ କୁଶୁର୍ଲା ଏନଏସଏସ ଛାତ୍ର କୋଦଣ୍ଡ ବଗର୍ତି, ଯଜାତି ସାହୁ, ରମାକାନ୍ତ ସାହୁ, ଶୋଭା ସାହୁ ସମେତ ଯୁକ୍ତ ତିନି ମହାବିଦ୍ୟାଳୟ ସମସ୍ତ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।