ବଳରାମ ଗୌଡ଼ଙ୍କ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ବିଧାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଯୋଗଦାନ।
ଝରିଗାଁ, ୨୫/୦୭ ( ନକୁଲ ଭତରା ) : ବଳରାମ ଗୋପାଳ ଙ୍କ ତୃତୀୟ ଦିନ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ବିଧାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ମାନ୍ୟବର ଝରୀଗାଁ ବିଧାୟକ ଶ୍ରୀ ନରସିଂ ଭତରା ଯୋଗଦେଇ ଦିବଙ୍ଗତ ବଳରାମ ଗୋପାଳ ଙ୍କ ପ୍ରତି ଗଭୀର ଶୋକ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ୱର୍ଗତଃ ବଳରାମ ଜଣେ ଭଦ୍ର ମେଳାପି ଶାନ୍ତ ସରଳ ସ୍ୱଭାବ ସାଙ୍ଗକୁ ଜଣେ ଦକ୍ଷ ଯୁବ ସଂଘଟକ ଥିଲେ। ଭାରତୀୟ ଜନତା ଦଳର ସକ୍ରିୟ କର୍ମକର୍ତ୍ତା ଭାବରେ ପରିଚିତ ଥିଲେ। ବୋଲି ବିଧାୟକ ଶ୍ରୀ ଭତରା ସ୍ମୃତି ଉଚ୍ଚାରଣ କରିଥିଲେ। ଏହି ଶୋକସଭାରେ ବିଧାୟକ ପ୍ରତିନିଧି ଶ୍ରୀ ଗଣପତି ସାହୁ,ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ,ଙ୍କ ସମେତ ମହେଶ୍ୱର ତିୱାରୀ, ପ୍ରଫୁଲ ପ୍ରଧାନୀ, ଗିରି ପାଣ୍ଡେ, ପ୍ରତାପ ଦୁରିଆ, ଗୋପୀନାଥ ଗୌଡ଼, ଗିରି ମାଝୀ, ସଗନୁ ଗୌଡ଼, ସୁଦାମା ତିୱାରୀ, ଝଡେଶ୍ୱର ସାହୁ, ଭୋଦେବ ଗୌଡ଼ ଓ ବିଶ୍ୱଜିତ ନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଦିବଙ୍ଗତ ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ