Hot Posts

6/recent/ticker-posts

ପତିତପାବନ ଯୁବକ ସଂଘର ସରସ୍ୱତି ଶିଶୁ ମନ୍ଦିର ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ

ବେଗୁନିଆ, ୨୫/୦୭ (ମାନସ ରଞ୍ଜନ କର) : ଅଦ୍ୟ ତା ୨୫,୭.୨୦୨୬ରିଖ ଶନିବାର ଦିନ ସକାଳ ୯ ଘଟିକା ସମୟରେ ପତିତପାବନ ଯୁବକ ସଂଘ ଆନୁକୁଲ୍ୟରେ ସରସ୍ୱତିଶିଶୁ ବିଦ୍ଯାମନ୍ଦିର ,ବେଗୁନିଆ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି ପତିତପାବନ ଯୁବକ ସଂଘର ସଂପାଦକ ଗଙ୍ଗାଧରମାର୍ଥା ଙ୍କ ନେତୃତ୍ଵର (ବୃକ୍ଷରୋପଣ) ଉକ୍ତ ବିଦ୍ଯାଳୟରେ ଚାଲୁଅଛି ଶିଶୁ ମନ୍ଦିରର ସମସ୍ତ ଗୁରୁଜି ଗୁରୁମାଙ୍କ ଉପସ୍ଥିତିରେ ଛାତ୍ରଛାତ୍ରୀ ମାନଙ୍କ ସହ ଅତିଥିମାନେ ଚାରା ରୋପଣ କରିଥିଲେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅତିଥିଭାବେ ବନପାଳ ଦିପିକା ରାଣି ସିଂହ, ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ବିଜୟ କୁମାର ରଥ,ବେଗୁନିଆ ନୂଆସାହି ଜଗନ୍ନାଥ ମନ୍ଦିର କମିଟିର ସଭାପତି ଦୀନ ବଂଧୁ ଦାସ,ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବେଗୁନିଆ ନୂଆସାହି ଜଗନ୍ନାଥ ମନ୍ଦିର ସଂପାଦକ ଭାଗିରଥି ପରିଡା,ଅବସରପ୍ରାପ୍ତ ଅଧ୍ଯାପକ କୁଞ୍ଜ ବିହାରି ପଣ୍ଡା ଓ ସରକାରି ଉଚ୍ଚବିଦ୍ୟାଳୟ ଡିଙ୍ଗର ପ୍ରଧାନ ଶିକ୍ଷକ ତଥା ପତିତପାବନ ଯୁବକ ସଂଘର ଉପଦେଷ୍ଟା ଦିବାକର ସାହୁ ଯୋଗଦେଇ ସଫଲ୍ୟ ମଣ୍ଡିତ କରିଥିଲେ ସରସ୍ୱତିଶିଶୁ ମନ୍ଦିର ପରିସରରେ ଅନ୍ୟୁନ ୧୦୦ରୁ ଉର୍ଦ୍ଧ ଚାରା ଅତିଥି ମାନଙ୍କଦ୍ୱାରା ରୋପଣ କରାଯାଇଥିଲା ଅଁଳା, ବାହାଡା, ଆମ୍ବ,ଲେମ୍ବୁ, ଲିମ୍ବ, ବଉଳ କୋଳି, ପେସ୍ତା ବାଦାମ, କୃଷ୍ଣଚୁଡା ଓ ରାଧା ଚୁଡା ସହ ଅନେକ ଔଷଧିୟ ବୃକ୍ଷରୋପଣ କରାଯାଇ ପରିସରକୁ ସୌନ୍ଦର୍ଯ୍ଯୀ କରଣ କରାଯାଇଥିବାରୁ ପ୍ରଧାନ ଆଚାର୍ଯ୍ୟ ପତିତପାବନ ଯୁବକ ସଂଘକୁ ସାଧୁବାଦ ଜଣାଇଥିଲେ ଛାତ୍ର ଛାତ୍ରି ମାନଙ୍କ ଗହଣରେ ଅତିଥିମାନେ ବୃକ୍ଷରୋପତା ସହ (ବୃକ୍ଷ ହିଁ ଜିବନ) ଶିର୍ଷକ ବିଷୟବସ୍ତୁ ଉପରେ ସାର ଗର୍ଭକ ଅଭିଭାସଣ ରଖିଥିଲେ ପତିତପାବନ ଯୁବକ ସଂଘର ଉପସଦ୍ଭାପତି ବିଶ୍ଵରଂଜନ ଦାସ, ସଂପାଦକ ଗଙ୍ଗାଧରମାର୍ଥା,ସହ ସଂପାଦକ ବଟକୃଷ୍ଣ ମହାପାତ୍ର, କୋଷାଦକ୍ଷ ଲକ୍ଷ୍ମିଧରସାହୁ, ସଦସ୍ୟ ଅଶ୍ଵିନି କୁମାର ପଟ୍ଟନାୟକ, ରବିନାରାୟଣ ବଳେଇ, ସରୋଜ କୁମାର ମହାପାତ୍ର ତଥା ଅନ୍ୟ ସମସ୍ତ ସଦସ୍ୟମାନେ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଉପଦେଷ୍ଟା ଦିବାକର ସାହୁଙ୍କ ସଂଯୋଜନାରେ ସମସ୍ତ ଅତିଥିମାନଙ୍କୁ ଉତରିୟ ଓ ଫୁଲ ତୋଡା ପ୍ରଦାନ କରି ଅତିଥିମାନଙ୍କୁ ଉତ୍ସାହିତ କରିଥିଲେ କାର୍ଯ୍ୟକ୍ରମଟି ଅତ୍ୟନ୍ତ ଶୃଙ୍ଖଳିତ ଓ ସରସ ସୁନ୍ଦର ହୋଇଥିବାରୁ ଅତିଥି ଭାଗିରଥି ପରିଡା ପତିତପାବନ ଯୁବକ ସଂଘକୁ ଭୂୟସି ପ୍ରସଂଶା କରିଥିଲେ ଶେଷରେ ଅତିଥି ମାନଙ୍କୁ ପୂର୍ଣ୍ଣ ଆତିଥ୍ୟତା ପ୍ରଦାନ କରାଯାଇ ବିଦାୟ ଦିଆଯାଇଥିଲା ପରେ ପତିତପାବନ ଯୁବକ ସଂଘର ସମସ୍ତ କର୍ତ୍ତା କର୍ତ୍ତୀ ଓ ସଦସ୍ୟ ମାନଙ୍କୁ ଜଳଖିଆସହ ମିଷ୍ଟାନ ବଣ୍ଟନ ପରେ ଉପଦେଷ୍ଟା ଦିବାକର ସାହୁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରି କାର୍ଯ୍ୟକ୍ରମକୁ ପରିସମାପ୍ତି ଘୋସଣା କରିଥିଲେ