Hot Posts

6/recent/ticker-posts

ସ୍ବର୍ଗତ ପ୍ରଭାତ କୁମାର ରାଉତଙ୍କ ଏକା ଦଶାହ କିୟା ଓ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା

ଯାଜପୁର, ୨୩/୦୭ ( ନିରୋଜ କୁମାର ସେଠୀ ) : ତା-22/07/2026 ରିଖ ବୁଧବାର ପୂର୍ବାହ୍ନ ଘ 11 ଟିକା ସମୟରେ ଭଣ୍ଡାରି ପୋଖରୀ ବ୍ଲକ ଅନ୍ତର୍ଗତ ରାଣୀ ଗଢ଼ିଆ ଗ୍ରାମ ର ସ୍ଵର୍ଗତ ପ୍ରଭାତ କୁମାର ରାଉତଙ୍କ ଏକା ଦଶାହ କିୟା ଓ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଅଧ୍ୟାପକ ସଞ୍ଚୟ କୁମାର ଦଳାଇ କରିବା ସଙ୍ଗେ ସଙ୍ଗେ ଶୋକ ସନ୍ତାପ ପରିବାର ବର୍ଗଙ୍କୁ ଆସ୍ଵଶନା ପ୍ରଦାନ କରିଥିଲେ। ସମାଜ ସେବି ଶ୍ରୀଯୁକ୍ତ ଅଜୟ କୁମାର ସାହୁ ଶ୍ରୀ ଜଗନ୍ନାଥଙ୍କ କର କମଳ ରେ ପ୍ରଦୀପ ପ୍ରଜ୍ଜ୍ଵଳନ କରିଥିଲେ। ଅଧ୍ୟକ୍ଷ ଶ୍ରୀଯୁକ୍ତ ନରେନ୍ଦ୍ର କୁମାର ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସ୍ଵର୍ଗତ ରାଉତଙ୍କ ଜୀବନ ଶୈଳୀ ଓ ସୃଷ୍ଟି ରହସ୍ୟ ସଂପର୍କରେ ଆଲୋକ ପାତ କରିଥିଲେ। ସୁଶ୍ରୀ ଦୀପାଳୀ ଦିବ୍ୟଜ୍ୟୋତି ବାରିକ୍ ତାଂକ ର ସୁଲଳିତ ମଧୁର କଣ୍ଠରେ ପିତା ଶବ୍ଦର ଅର୍ଥକୁ ସଙ୍ଗୀତ ମାଧ୍ୟମରେ ପ୍ରତିପାଦନ କରିଥିଲେ। ଉକ୍ତ ସଭାରେ ତାଂକ ର ଜୋଇଁ ଶ୍ରୀ ଯୁକ୍ତ ମାନସ ରଞ୍ଜନ ‌ସ୍ଵାଇ ଓ ଅର୍ପିତା ସାମଲ ସ୍ଵର୍ଗତ ରାଉତଙ୍କ ବିୟୋଗରେ ଶୋକାତୁର ହୋଇ ଉଠିଥିଲା । ଗ୍ରାମ ବାସି ବୃନ୍ଧ ଓ ତାଙ୍କ ପରିବାରର ସମସ୍ତ ସଦସ୍ୟ ଓ ତାଂକର ପୁତ୍ର ଦୁଃଖରେ ଅଭିଭୂତ ହୋଇ ପଡ଼ିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ କାର୍ତ୍ତିକ ଚନ୍ଦ୍ର ସାହୁ, ଆସୁତୋଷ ପରିଡ଼ା ମଧ୍ୟ ଉପସ୍ଥିତ ଥିଲେ। ସର୍ବ ଶେଷ ରେ ଶୀର୍ଷକ ଶ୍ରୀ ଯୁକ୍ତ ବିକାଶ ଚନ୍ଦ୍ର ମଲିକ ଧନ୍ୟବାଦ୍ ଅର୍ପଣ କରିଥିଲେ।