ରାୟଗଡାର ବରିଷ୍ଠ ଜନନେତା ଶ୍ରୀ ଏନ୍. ଭାସ୍କର ରାଓଙ୍କ ୭୪ତମ ଜନ୍ମଦିନ ଅବସରରେ ଶୁଭେଚ୍ଛା ବାର୍ତ୍ତା ।
ରାୟଗଡ଼ା, ୨୩/୦୬ ( ଭି. ଗୌରି ଶଙ୍କର ରାଓ ) : ଆଜି ୨୩.୦୭.୨୦୨୬ ତାରିଖରେ ରାୟଗଡାର ବରିଷ୍ଠ ଜନନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ଶ୍ରୀ ଏନ୍. ଭାସ୍କର ରାଓଙ୍କ ୭୪ତମ ଜନ୍ମଦିନ ତେଜସ୍ୱିନୀ ପଡ଼ିଆରେ ପାଳନ କରାଯିବ। ରାୟଗଡାବାସୀଙ୍କ ପକ୍ଷରୁ ସମସ୍ତଙ୍କୁ ଏହି ଶୁଭ ଅବସରରେ ଯୋଗଦେଇ ଅନୁଷ୍ଠାନକୁ ସଫଳ କରିବା ପାଇଁ ସାଦର ଆମନ୍ତ୍ରଣ। ସୂର୍ଯ୍ୟର ଆଲୋକକୁ କେହି ହାତରେ ଢାଙ୍କି ପାରନ୍ତି ନାହିଁ। ସେହିପରି ଜଣେ ବ୍ୟକ୍ତିଙ୍କର ସତ୍ କାର୍ଯ୍ୟ, ନାମ ଓ ସମ୍ମାନକୁ ମଧ୍ୟ କେହି ଅଟକାଇ ପାରିବେ ନାହିଁ। ଶ୍ରୀ ଏନ୍. ଭାସ୍କର ରାଓ ସଦା ସର୍ବଦା ରାୟଗଡାର ବିକାଶ ଓ ଜନକଲ୍ୟାଣକୁ ପ୍ରାଥମିକତା ଦେଇ ଆସିଛନ୍ତି। ତାଙ୍କର ଦୃଢ଼ ଇଚ୍ଛାଶକ୍ତି, ନେତୃତ୍ୱ ଏବଂ ଅଭିଜ୍ଞତା ଆଗାମୀ ଦିନରେ ସମଗ୍ର ରାୟଗଡା ନିର୍ବାଚନମଣ୍ଡଳୀର ଉନ୍ନତିରେ ନୂଆ ଦିଗ ଦେଖାଇବ ବୋଲି ଆମର ବିଶ୍ୱାସ। ଶ୍ରୀ ରାଓଙ୍କ ସୁସ୍ଥ, ଦୀର୍ଘାୟୁ ଓ ଉଜ୍ଜ୍ୱଳ ଜୀବନ କାମନା କରୁଛୁ। ଜନ୍ମଦିନର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।