ବିଜେପି ରାଜ୍ୟସଭାପତି ତଥା ସାଂସଦ ମନମୋହନ ସାମଲଙ୍କ ଆସନ୍ତା ୧୦ ରେ କଳାହାଣ୍ଡି ଗସ୍ତ କୁ ନେଇ କଳାହାଣ୍ଡି ଜିଲ୍ଳା ସଭାପତି ଙ୍କ ସୂଚନା।
କଳାହାଣ୍ଡି, ୦୮/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : ଆସନ୍ତା ୧୦ ତାରିଖରେ ଶୁକ୍ରବାର ବିଜେପି ରାଜ୍ୟସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ ଦିନିକିଆ ବିଜେପି ରାଜ୍ୟସଭାପତି ତଥା ସାଂସଦ ମନମୋହନ ସାମଲଙ୍କ ଆସନ୍ତା ୧୦ ରେ କଳାହାଣ୍ଡି ଗସ୍ତ କୁ ନେଇ କଳାହାଣ୍ଡି ଜିଲ୍ଳା ସଭାପତି ଙ୍କ ସୂଚନା। କଳାହାଣ୍ଡି ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ।ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ଜନ୍ମ ଜୟନ୍ତୀ: ଅବସରରେ ସ୍ମୃତି ପକ୍ଷ ପାଳନ କରାଯିବ। ସ୍ୱଚ୍ଛ ଭାରତ ଅଭିଯାନ ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାଂସଦ ଯୋଗଦେବେ।ଏହା ସହ ଜନସମ୍ପର୍କ ଅଭିଯାନ: କେନ୍ଦ୍ର ସରକାରଙ୍କ ୧୨ ବର୍ଷ ଏବଂ ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଅବସରରେ ଏହି ସ୍ୱତନ୍ତ୍ର ଜନସମ୍ପର୍କ ଅଭିଯାନ ଚାଲିଛି। ଏହାର ଅନ୍ତର୍ଗତ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ସହ ସାଂସଦ ଙ୍କ ଜନସମ୍ପର୍କ କାର୍ଯ୍ୟକ୍ରମ ରହିଛି।ଜିଲ୍ଲା ସ୍ତରୀୟ ସାଂଗଠନିକ ବୈଠକରେ ଯୋଗ ଦେଇ ସାଂସଦ ଜିଲ୍ଲାର ସାଂଗଠନିକ ସ୍ଥିତିର ସମୀକ୍ଷା କରିବେ। ଏହାବ୍ୟତୀତ ସାଂସଦ କୋର୍ କମିଟି ବୈଠକ ଏବଂ ଜିଲ୍ଲା ପଦାଧିକାରୀ ବୈଠକରେ ସାଗଂଠାନିକ ଆଲୋଚନା କରିବେ ।