କଳାହାଣ୍ଡି, ୦୮/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : ଛାତ୍ରଛାତ୍ରୀ ଙ୍କ ସମ୍ମୁଖରେ ରସିକିଆ ଗୁରୁ ଙ୍କ ଅଭଦ୍ରାମୀ । ଅଶ୍ଳିଲତା ସୀମା ଟପିଲା। ହଷ୍ଟେଲ ରେ କାର୍ଯ୍ୟରତ ମହିଲା କର୍ମଚାରୀ ଙ୍କୁ ଯୌନ ଶୋଷଣ ଓ ସର୍ବସମ୍ମୁଖରେ ଅଶ୍ଳିଲତା ର ଭିଡିଓ ଭାଇରାଲ । କଳାହାଣ୍ଡି ଜିଲ୍ଳା ମଦନପୁର SSD ବିଦ୍ୟାଳୟ ରୁ ଆସିଛି ସଙ୍ଗିନ ଅଭିଯୋଗ। କଳାହାଣ଼୍ଡି ଜିଲ୍ଳା ମଦନପୁର ରାମପୁର ଥାନା ମଦନପୁର ସରକାରୀ SSD ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କ ବିରୋଧରେ ଆସିଛି ସାଂଘାତିକ ଯୌନ ନିର୍ଯ୍ୟାତନା ଓ ଜାତିଆଣ ଆକ୍ଷେପର ଅଭିଯୋଗ।ସାମ୍ନାକୁ ଆସିଥିବା ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳୁଛି, ପ୍ରଧାନ ଶିକ୍ଷକ ଜଣେ ANM କର୍ମଚାରୀଙ୍କୁ ଅସଦାଚରଣ କରୁଛନ୍ତି। ଫ୍ଲାଇଙ୍ଗ୍ କିସ୍ ଦେଇ ଫେଭର୍ (Favour) ମାଗୁଛନ୍ତି। କେବଳ ସେତିକି ନୁହେଁ, ସ୍କୁଲର ମେଟ୍ରନ୍ ଏବଂ ଦୁଇ ଜଣ ବିଧବା ସିସିଏ (CCA) ଙ୍କୁ ଯୌନ ନିର୍ଯ୍ୟାତନା ଦେଉଥିବା ଓ କଥା ନ ମାନିଲେ ଚାକିରିରୁ ବାହାର କରିଦେବାର ଧମକ ଦେଉଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ପ୍ରଧାନ ଶିକ୍ଷକ ଜଣକ ସାମାଜିକ ସୀମା ପାର୍ କରି ଅନୁସୂଚିତ ଜାତିର କର୍ମଚାରୀଙ୍କୁ ଖୁଲମଖୁଲା ଜାତିଆଣ ଆକ୍ଷେପ କରୁଛନ୍ତି। "ତମ ଜାତିର ଲୋକେ ଲାଟ୍ରିନ୍ ସଫା କରନ୍ତି, ବାଜା ବଜାନ୍ତି" କହି ଅତ୍ୟନ୍ତ ନୀଚ ମାନସିକତାର ପରିଚୟ ଦେଉଛନ୍ତି। ଏବେ ଯେତେବେଳେ ଘଟଣା ସାମ୍ନାକୁ ଆସିଛି, ପ୍ରଧାନ ଶିକ୍ଷକ ନିଜକୁ ପାଗଳ ସଜାଇ ଖସିଯିବାକୁ ଚେଷ୍ଟା କରୁଥିବା ଚର୍ଚ୍ଚା ହେଉଛି। ଏନେଇ DWO ଅଫିସରେ ଲିଖିତ ଅଭିଯୋଗ ପରେ, ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ କହିଛନ୍ତି ଯେ, ଘଟଣାର ତଦନ୍ତ ଚାଲିଛି। ପ୍ରଧାନ ଶିକ୍ଷକ ପାଗଳ ନୁହନ୍ତି, ତାଙ୍କ ଆଚରଣକୁ ନେଇ ବିଭାଗ ଗମ୍ଭୀର ଅଛି ଏବଂ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
