ସ୍ତ୍ରୀ କୁ କିରାସିନ ଢାଳି ହତ୍ୟା
ଜୁନାଗଡ଼, ୦୬/୦୭ ( ରିତେଶ କୁମାର ମୁଣ୍ଡ ) : ପାରିବାରିକ କଳହରୁ ନିଜ ସ୍ତ୍ରୀ ଉପରେ କିରାସିନି ଢାଳି ହତ୍ୟା କରିବା ମାମଲାରେ ଅଭିଯୁକ୍ତ ସ୍ଵାମୀକୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ଧର୍ମଗଡ଼ ଅତିରିକୁ ଜିଲ୍ଲା ଦୌରା ଜଜ୍ ଜଡ ଗୁଣ୍ଡିଚା ସାମନୃସିଂହାର ଏହି ସେନ୍ସେସନାଲ୍ ମାମଲାର ବିଚାର କରି ଶନିବାର ଏହି ଚୂଡ଼ ରାୟ ପ୍ରକାଶ କରିଛନ୍ତି। କୋର୍ଟ ଅଭିଯୁକ୍ତକୁ ଆଜୀବନ ସଜା ଶୁଣାଇ ଇବା ସହ ୫ ହଜାର ଟଙ୍କା ଜୋରିମାନା କରିଛନ୍ତି। ଜୋରିମାନା ଅନାଦେୟ ହେ ହେଲେ ଅଧୂକ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେ ଉଲ୍ଲେଖ ରହିଛି। ସୂଚନାଯୋଗ୍ୟ, ଗତ ୨୦୨୧ ମସିହା ଜୁଲାଇ ୨ ତାରିଖରେ ରେ ଜୁନାଗଡ଼ ଥାନା ଅନ୍ତର୍ଗତ ତେନ୍ତୁଳିପଡା ଗ୍ରାମର ସୁଦାମ ମାଝୀ (୩୧) ପାରିବାରିକ ତିକ୍ତତା ଯୋଗୁଁ ନିଜ ସ୍ତ୍ରୀ ରଶିତା ସରାଫଙ୍କ ଶରୀରରେ କିରାସିନି ଢାଲି ନିଆଁ ଲଗାଇ ଦେଇଥିଲେ। ପରେ ଚିକିତ୍ସାଧୀନ ଅବସ୍ଥାରେ ରଶ୍ମିତାଙ୍କ ମୃତ୍ୟୁ ଘଟିଥିଲା।ଏହି ବର୍ବରକାଣ୍ଡ ନେଇ ମୃତ ରଶ୍ମିତାଙ୍କ ଭଉଣୀ ଐଶ୍ବର୍ଯ୍ୟା ସରାଫ ଜୁନାଗଡ଼ ଥାନାରେ ଏକ ଲିଖୂତ ଏତଲା ଦେଇଥିଲେ। ଏତଲାକୁ ଆଧାର କରି ଜୁନାଗଡ଼ ପୁଲିସ ଆଇପିସିର ଧାରା ୪୯୮(A), ୨୯୪, ୩୦୭, ୩୨୪, ୫୦୬ ଏବଂ ୩୪ ଅଧୀନରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସୁଦାମଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଦୀର୍ଘ ଦିନର ସାକ୍ଷ୍ୟ ପ୍ରମାଣ ଓ ଗୁରୁତ୍ବପୂର୍ଣ ଦଲିଲ୍କୁ ଭିତ୍ତି କରି ମାନ୍ୟବର କୋର୍ଟ ଆଜି ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସରକାରୀ ଓକିଲ ପ୍ରଶାନ୍ତ ତନ୍ତୀ ପରିଚାଳନା କରୁଥିଲେ।