ବାବା ଗଗନେଶ୍ଵର ମନ୍ଦିର ର ମୁଖଶାଲା ଭାଙ୍ଗି ରୁଜି ଗଲାଣି
ବରୀ, ୦୬/୦୭ ( ରଂଜିତ ମହାନ୍ତି ) : ବରୀ ବ୍ଳକ ଭଅଁରା ପଞ୍ଚାୟତର ସଙ୍ଗୁଅଗଦେଇପୁର ଗ୍ରାମର ତନ୍ତୀଘାଇ ନଦୀ କୂଳରେ ବହୁ ବର୍ଷ ଧରି ରହିଛି ବାବା ଗଗନେଶ୍ଵର ମହାଦେବ ମନ୍ଦିର l ଅଞ୍ଚଳ ର ଇଷ୍ଠଦେବ ଅଟନ୍ତି ଲୋକମାନେ ବାବା ନିକଟରେ ବିପଦ ଆପଦ ରେ ଲୋକମାନଙ୍କୁ ଶାହା ହୁଅନ୍ତି l ହେଲେ ମନ୍ଦିର ଥିବା ମୁଖ ଶାଲା ଏବେ ଭାଙ୍ଗିରୁଜି ଗଲାଣି ତାହା ସହିତ ମୁଖ ଶାଳା ର ଖୁଣ୍ଟ ମଧ୍ୟ୍ୟ ଫାଟି ଆଁ କରିଛି କେତେବେଳେ ଯେ ଭାଙ୍ଗି ନ ପଡିବ କିଏ କହି ପାରିବ l ପ୍ରତ୍ୟେକ ଦିନ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ବାବା ଗ ଗନେଶ୍ଵର ଙ୍କୁ ଦର୍ଶନ କରିଥାନ୍ତି ଏପରି ବିପଦ ପୂର୍ଣ ଅବସ୍ଥା ରେ ରହିଛି ମୁଖଚଲା ତାହାର ପୂର୍ଣର ଉଦ୍ଧାର ର ପାଇଁ ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଗୟାଧର ଷଡ଼ଙ୍ଗୀ, ଅନିଲ ଷଡ଼ଙ୍ଗୀ ସମେତ ବହୁ ଗ୍ରାମବାସୀ ଦାବି କରିଛନ୍ତି l