ପାଳସାହିରେ ଯୋଗଶିବିରର ୧୦୦ ଦିନ ପୂର୍ତ୍ତି ପାଳନ, ଯୋଗର ଉପକାରିତା ଉପରେ ସଚେତନତା
ବରୀ, ୧୨/୦୭ ( ରଂଜିତ ମହାନ୍ତି ) : ବୋଦୁଅ ପଞ୍ଚାୟତର ପାଳସାହି ଶାନ୍ତିକମିଟି ପକ୍ଷରୁ ଜଗନ୍ନାଥ ଠାକୁରଙ୍କ ମଣ୍ଡପ ପ୍ରାଙ୍ଗଣରେ ପ୍ରତିଦିନ ସକାଳୁ ଚାଲିଥିବା ଯୋଗଶିବିର ର ୧୦୦ ଦିନ ଅବସରରେ ଆଜି ଅତିଥିଭାବେ ଯୋଗଗୁରୁ ସୁବାଷ ଚନ୍ଦ୍ର ତ୍ରିପାଠୀ, ଧନେଶ୍ଵର ବେହେରା ଆମକୁ ପ୍ରତ୍ୟେକ ଦିନ ଯୋଗଶିକ୍ଷା ଦେlଇଥିବା ଯୋଗଗୁରୁ ବିଜୟ କୁମାର ଜେନା ଯୋଗ କରିବା ଦୂରା ଆମର କଣ ଉପକାର ମିଳେ ତାହା ସହିତ ଯୋଗ ର ଉପକାରିତା ଉପରେ ଏକ ଆଲୋଚନା ଚକ୍ର ସହିତ ଘୃତଯଜ୍ଞ ଅନୁଷ୍ଠିତ ହେlଇଥିଲା l ଶେଷରେ ଏହି ଅବସରରେ ଯଜ୍ଞପଡିଆ ଠାରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେlଇଥିଲା l ଏଥିରେ ବୋଦୁଅ, ପାଳସାହି, ପଣ୍ଡାସାହି, ପୋଡ଼ପଡା,ଭଅଁରା ସମେତ ବିଭିନ୍ନ ଅଞ୍ଚଳରୁ ଲୋକମାନେ ଯୋଗଦେlଇଥିଲେ l