Hot Posts

6/recent/ticker-posts

ବସ୍ତା ବ୍ଲକରେ ବିଜେଡି ତୃଣମୂଳ ସ୍ତରର ସଂଘଠନକୁ ସୁଦୃଢ଼ କରିବା ଅଭିଯାନ।

ବାଲେଶ୍ୱର, ୧୨/୦୭ ( ପ୍ରଭାକର ମଲ୍ଲିକ ) : ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜୁ ଜନତା ଦଳ ବସ୍ତା ବ୍ଲକରେ ସଙ୍ଗଠନକୁ ତୃଣ ମୂଳ ସ୍ତରରୁ ଅଧିକ ସୁଦୃଢ଼ କରିବା ପାଇଁ ଅଭିଯାନ ଆରମ୍ଭ କରିଛି। ଏହାର ଅଂଶ ସ୍ୱରୂପ ବିଭିନ୍ନ ପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟ ଓ ପଞ୍ଚାୟତ ସଭାପତିମାନଙ୍କୁ ନେଇ ବୈଠକ ଆୟୋଜନ କରାଯିବା ସହ ପଞ୍ଚାୟତସ୍ତରୀୟ ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି।ରବିବାର ପୂର୍ବାହ୍ନ ୧୧ ଘଟିକା ସମୟରେ ବସ୍ତା ବ୍ଲକ ମଥାନୀ କଟି ପୋଲ ସ୍ଥିତ ପ୍ରିନ୍ସ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ଏହି ବୈଠକରେ ବସ୍ତା ବ୍ଲକ ସଭାପତି ଓ ନିର୍ବାଚନ ମଣ୍ଡଳୀ ସଂଯୋଜକ ମହାଦେବ ଦାସ ସଭାପତିତ୍ୱରେ ବୈଠକରେ ଜଳେଶ୍ୱର ବିଧାୟକ ଅଶ୍ୱିନୀ କୁମାର ପାତ୍ର,ରାଜ୍ୟ ଉପସଭାପତି ରଘୁନାଥ ମହାନ୍ତି ଏବଂ ୧୪ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟା ବିଷ୍ଣୁପ୍ରିୟା ବୁଗୁଡ଼ି,ଅନାଦି ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ। ସେମାନେ ତୃଣମୂଳ ସ୍ତରରେ ସଂଗଠନକୁ ଆହୁରି ସକ୍ରିୟ ଓ ସୁଦୃଢ଼ କରିବା ସହ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳକୁ ସଫଳତା ଦେବା ପାଇଁ କର୍ମୀ ମାନଙ୍କୁ ଆହ୍ୱାନ ଜଣାଇଥିଲେ। ବୈଠକରେ ବସ୍ତା ବ୍ଲକର ୩୧ଟି ପଞ୍ଚାୟତର ସରପଞ୍ଚ,ସମିତି ସଭ୍ୟ,ପଞ୍ଚାୟତ ସଭାପତି ଓ ବହୁ ବିଜେଡି କର୍ମୀ ଯୋଗଦେଇ ସଂଗଠନକୁ ଅଧିକ ମଜବୁତ କରିବା ଏବଂ ଘରେ ଘରେ ଦଳର ବାର୍ତ୍ତା ପହଁଞ୍ଚାଇବାକୁ ସଂକଳ୍ପ ନେଇ ଥିଲେ।


ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l