Hot Posts

6/recent/ticker-posts

ଶ୍ରାବଣ ଭିଡ଼ ପୂର୍ବରୁ ଚଳଚଞ୍ଚଳ ଗଡ଼ଗଡ଼ିଆ ଘାଟ, ସ୍ଥିତି ପରଖିଲେ କଟକ ମେୟର ସୁବାସ ସିଂଙ୍କ ସମେତ ଅଧିକାରୀମାନ

କଟକ, ୨୨/୦୭ ( କାହୁଁ ଚରଣ ବାରିକ ) : ଶ୍ରାବଣ ମାସରେ କାଉଡ଼ିଆ ଭକ୍ତମାନଙ୍କ ଭିଡ଼କୁ ଦୃଷ୍ଟିରେ ରଖି କଟକ ମେୟର ସୁବାସ ସିଂଙ୍କ ସମେତ କଟକ ମହାନଗର ନିଗମ (KMC)ର ଅଧିକାରୀମାନେ ଗଡ଼ଗଡ଼ିଆ ଘାଟରେ ପହଞ୍ଚି ବ୍ୟବସ୍ଥାର ସ୍ଥିତି ପରଖିଥିଲେ। ତଦାରଖ ସମୟରେ ଘାଟର ପରିଷ୍କାର-ପରିଚ୍ଛନ୍ନତା, ପାନୀୟ ଜଳ, ଆଲୋକ ବ୍ୟବସ୍ଥା, ସୁରକ୍ଷା ଏବଂ କାଉଡ଼ିଆ ଭକ୍ତମାନଙ୍କ ପାଇଁ ଆବଶ୍ୟକ ମୌଳିକ ସୁବିଧା ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଆସନ୍ତା ଦିନରେ ଭକ୍ତମାନଙ୍କୁ କୌଣସି ଅସୁବିଧା ନ ହେଉ, ସେଥିପାଇଁ ସମସ୍ତ ପ୍ରସ୍ତୁତିକୁ ଶୀଘ୍ର ଶେଷ କରିବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।