ବର୍ଷା ପାଣିରେ ବ୍ୟାସନଗର ଡୁବୁ ଡୁବୁ
ଯାଜପୁର, ୦୮/୦୭ ( ନିରୋଜ କୁମାର ସେଠୀ ) : ବ୍ୟାସନଗର ପୌରପରିଷଦ ର ପରିମଳ ବ୍ୟବସ୍ଥା ପୁରା ଠପ l ଡ୍ରେନେଜ ବ୍ୟବସ୍ତା ନାହିଁ କହିଲେ ନ ଚଳେ l Excutive ଅଫିସର ଓ ପୌର ପାଳ ବିପରୀତ ମୁଖି ମନଭାବ ଯୋଗୁ ସହରର ଉନ୍ନତି କରଣ ରେ ବାଧକ ସୃଷ୍ଟି କରୁଛି l ବିଜେପି ଓ ବିଜେଡି ଗୋଷ୍ଠୀ କନ୍ଦଳ ମଧ୍ୟ ଏକ କାରଣ l ପୌର ସଂସ୍ଥା ର ୩୦ ଟି ୱାର୍ଡ ଯାକର ଡ୍ରେନେଜ ବ୍ୟବସ୍ଥା ପୁରା ଅବ୍ୟବସ୍ଥା ମଧ୍ୟରେ ଚାଲିଛି ଯଥା -ଉମାପଦା, ବସଷ୍ଟାଣ୍ଡ, ଗାୟତ୍ରୀ ବିହାର ଧବଳ ଗିରି ପୁରା ଜଳମଗ୍ନ l ଲୋକ ମାନେ ଘରୁ ବାହାରି ନ ପାରି ନିଜର ଅତ୍ୟାବଶକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ର ଆଣିବା ପାଇଁ ଅସମର୍ଥ l ଟିକେ ଖାଲୁଆ ଅଂଚଳରେ ଥିବା ଘର ଗୁଡିକ ରେ ପାଣି ଲଟକlଳି ଖେଳୁଛି ଯାହା ବିପଦ ସଂକୁଳ ଅଟେ ଲମା ଚାରି ଅଖିଆ ଙ୍କ ମନ୍ଦିର ନିକଟରେ ରେଲୱେ କ୍ରସିଂଙ୍ଗ ନିକଟରେ ଅଣ୍ଟେଏ ଉଚ୍ଚ ରେ ପାଣି ଚାଲିଛି l ଗୋଟେ ଦୁଇଟା ବର୍ଷାରେ ଯଦି ଏପରି ପରିସ୍ଥିତି ସୃଷ୍ଟି ହୁଏ ତେବେ ଆଗକୁ ଯେବେ ବଡ ଧରଣର ବର୍ଷା ହେବ ତାହେଲେ ପରିସ୍ଥିତି ଅସମ୍ଭାଳ ହେବ । ପ୍ରଶାସନ ଦୃଷ୍ଟି ନଦେଲେ ଆଗକୁ ପରିସ୍ଥତି ଭୟାବହ ଉପୁଜି ପାରେ l