୩ଟି ବାଛୁରୀ ଛୁଆ ଜନ୍ମକଲା ଏକ ଗୋ-ମାତା।
କଳାହାଣ୍ଡି , ୨୩/୦୭ ( ନବଦୂତ ) : ସୂଚନା ମୁତାବିକ, ଗତକାଲି ସନ୍ଧ୍ୟାପରେକାଲହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ, କାଦପଡା ଗ୍ରାମରେ ଜଣେ ଚାଷୀ ବିନାୟକ ମେହେର ନାମକ ବ୍ୟକ୍ତି ଙ୍କ ଘରେ ପାଳିଥିବା ଏକ ଗୋମାତା ଆଗପଛ କରି, ୩ଟି ଛୁଆ ଜନ୍ମ କରିଛି, ଏହା ଏକ ବିସ୍ମୟ ଜନକ ଘଟଣା ବୋଲି ଲାଗୁଛି। ୩ଟି ବାଛୁରୀଛୁଆ ଜନ୍ମ କରିଥିବା ଘଟଣା ସବୁଆଡେ ପ୍ରଘଟ ହେବା ପରେ ,ଗୋ ମାତା ମାଲିକ ଘରେ ଜନ ଗହଳି ଲାଗି ରହିଛି।ଗୋମାତା ସହ ୩ଟି ବାଛୁରୀ ଛୁଆ ସମସ୍ତେ ସୁସ୍ଥ ଅବସ୍ଥା ରେ ଅଛନ୍ତି। ୩ଟି ବାଛୁରୀ ଛୁଆ ଜନ୍ମ କରିଥିବା ,ଗୋ ମାତା ମାଲିକ ର ପରିବାର ଲୋକେ ବେଶ ଖୁସି ଅନୁଭବ କରୁଛନ୍ତି। ଏଭଳି ଘଟଣା ପ୍ରଥମ ଥର ବୋଲି ଦେଖଣା ହାରି ମାନେ ଶୁଚନା ଦେଇଛନ୍ତି।