Hot Posts

6/recent/ticker-posts

ବୋଡ଼େନରେ ବ୍ଲକ ସ୍ତରୀୟ ଭୀମ ଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ନୂଆପଡ଼ା, ୨୩/୦୭ ( ପରମେଶ୍ୱର ମେହେର ) : ଗତକାଲି ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକରେ ଜିଲ୍ଲା ସାମାଜିକ କଲ୍ୟାଣ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ବ୍ଲକ ପ୍ରଶାସନର ମିଳିତ ଆନୁକୂଳ୍ୟରେ ବ୍ଲକ ସ୍ତରୀୟ ଭୀମ ଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି ଶିବିରରେ ବହୁ ସଂଖ୍ୟକ ଭିନ୍ନକ୍ଷମ ବ୍ୟକ୍ତି ଯୋଗଦେଇ ବିଭିନ୍ନ ସରକାରୀ ସେବା ଓ ସୁବିଧାର ଲାଭ ଉଠାଇଥିଲେ। ଉଦ୍ଘାଟନୀ ସଭାରେ ଜିଲ୍ଲା ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ, ବିଡିଓ ଚିନ୍ମୟ କୁମାର ସାଗର, ଡିଏସଏସଓ ଅନନ୍ତ କୁମାର ହେମ୍ବ୍ରମ, ଜିଲ୍ଲା ଭିନ୍ନକ୍ଷମ ସମିତି ସମ୍ପାଦକ ଦିଲୀପ କୁମାର ଷଡ଼ଙ୍ଗୀ, ସାଂସଦ ପ୍ରତିନିଧି ବିଜୟ କୁମାର ବେହେରା, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଅମୂଲ୍ୟ ଦାସ ଓ ସମାଜସେବୀ ଅରବିନ୍ଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିମାନେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନାର ସୁବିଧା ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ଶିବିରରେ ଅସ୍ଥି ଶଲ୍ୟ ୧୪୫, ଶ୍ରବଣ ବାଧିତ ୫୧, ଦୃଷ୍ଟି ବାଧିତ ୩୭, ମାନସିକ ଅନଗ୍ରସର ୪୨, ସିକଲ ସେଲ ୨୭, ଭତ୍ତା ପାଇଁ ୧୫ ଏବଂ ବସ୍ ପାସ ପାଇଁ ୧୨ ଜଣଙ୍କର ପଞ୍ଜିକରଣ କରାଯାଇଥିଲା। ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରମାନେ ଉପସ୍ଥିତ ରହି ସ୍ୱାସ୍ଥ୍ୟ ପରୀକ୍ଷା କରି ଆବଶ୍ୟକ ରିପୋର୍ଟ ପ୍ରସ୍ତୁତ କରିଥିଲେ। ଶିବିରର ସଫଳ ଆୟୋଜନରେ ସ୍ୱାସ୍ଥ୍ୟ ବିଭାଗ, ଅଗ୍ନିଶମ ବିଭାଗ, ପୋଲିସ, ଆଇସିଡିଏସ, ଶିକ୍ଷା ବିଭାଗ, ଏନଏସଏସ ସ୍ୱେଚ୍ଛାସେବୀ ଓ ବ୍ଲକ ପ୍ରଶାସନର କର୍ମଚାରୀମାନେ ସହଯୋଗ କରିଥିଲେ। ଶେଷରେ ଡବ୍ଲ୍ୟୁଇଓ କ୍ଷଣପ୍ରଭା ପାଣିଗ୍ରାହୀ ଧନ୍ୟବାଦ ଜ୍ଞାପନ କରିଥିଲେ।