ମା' ସିଂହାସନି ପୀଠରେ ବିଜେପିର ମିଶ୍ରଣ ପର୍ବ
ପୋଲସରା, ୦୧/୦୭ ( ଜେ. କେ ପଟ୍ଟନାୟକ ) : ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ କସିପଡା ସ୍ଥିତ ମାଁ ସିଂହାସନିଙ୍କ ଶକ୍ତିପୀଠ ପରିସରରେ ବୁଧବାର ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଡବଲ ଇଞ୍ଜିନ ସରକାରଙ୍କ ଡବଲ ବିକାଶର କଥା କହିଥିଲେ । ଏହି ଅବସରରେ ବିଜେପିର ଦଳୀୟ ନେତୃତ୍ୱ ଓ ସ୍ବଛ କାର୍ଯ୍ୟକାରିତାରେ ଅନୁପ୍ରାଣିତ ହୋଇ ବିଜେଡ଼ିର ମନ୍ଦାର ପଞ୍ଚାୟତର ସରପଞ୍ଚ ସୁନିତା ଜେନା ଓ କାର୍ତ୍ତିକ ଜେନା ସମେତ ବହୁ ଦଳୀୟ କର୍ମୀ ମାନେ ବିଜେଡ଼ି ଦଳ ପରିତ୍ୟାଗ କରି ମନ୍ତ୍ରୀ ଗୋକୁଳନନ୍ଦ ମଲ୍ଲିକ ଙ୍କ ଉପସ୍ଥିତିରେ ବିଜେପି ଦଳରେ ସାମିଲ ହୋଇଥିଲେ । ବିଜେପିର ଦୃଢ଼ ସଙ୍ଗଠନକୁ ନେଇ ସରପଞ୍ଚ ସୁନିତା ଜେନାଙ୍କ ନେତୃତ୍ୱରେ ନାଏବ ସରପଞ୍ଚ ସଂଜୁତା ମଳିକ ଓ ବିଜେଡିର ୱାର୍ଡ ସଭ୍ୟ ୧, ୨, ୫, ୬, ୭, ୮, ୯, ୧୧, ୧୨ ସମେତ ବହୁ ବିଜେଡି କର୍ମୀ ବିଜେଡି ଦଳ ପରିତ୍ୟାଗ କରି ବିଜେପିରେ ସାମିଲ ହୋଇ ବିଜେପିର ଦଳୀୟ ସଙ୍ଗଠନକୁ ମଜଭୁତ କରିଥିଲେ । ଯେଉଁଠି ନୂତନ ସରପଞ୍ଚ ସମେତ ସମସ୍ତ କର୍ମୀ ମାନଙ୍କୁ ମନ୍ତ୍ରୀ ଶ୍ରୀ ମଲ୍ଲିକ ଦଳୀୟ ଟୋପି ଏବଂ ଉତ୍ତରୀୟ ଦେଇ ବିଜେପି ଦଳକୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇ ଥିଲେ ।