କଟକ, ୩୦/୦୭ ( କାଁହୁ ଚରଣ ବାରିକ ) : ଲଗାଣ ବର୍ଷା ଓ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ମନ୍ଦିର ପରିସରରେ ବନ୍ୟା ପାଣି ପ୍ରବେଶ କରିଛି। ପରିସ୍ଥିତି ଉପରେ ସ୍ଥାନୀୟ ପ୍ରଶାସନ ନଜର ରଖିଥିବା ବେଳେ, ଭକ୍ତମାନଙ୍କୁ ସତର୍କତାର ସହ ଯାତାୟାତ କରିବାକୁ ଅନୁରୋଧ କରାଯାଇଛି। ମାଆ ଭଟ୍ଟାରିକା ଙ୍କ ମନ୍ଦିର ଭିତରେ ବନ୍ୟା ଜଳ ପ୍ରବେଶ କରିଥିବା ବେଳେ ମା ଙ୍କ ପ୍ରତିମା କୁ ଅସ୍ଥାୟୀ ପୂଜା ଗୃହ କୁ ସ୍ଥାନାନ୍ତରିତ କରାଯାଇଛି ।। ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଏବେ ମହାନଦୀ ରେ ବିପଦ ସଙ୍କେତ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି।।। ମା ଭଟ୍ଟାରିକାଙ୍କ ପୀଠରେ ଚଳିତ ବର୍ଷର ଦ୍ୱିତୀୟ ଥର ପାଇଁ ବନ୍ୟା ଜଳ ମା’ଙ୍କ ବେଢା ଛୁଇଁଛି । ମହାନଦୀର ଜଳସ୍ତର ବଢ଼ିବା ସହ ମନ୍ଦିର ବେଢ଼ାରେ ବନ୍ୟା ପାଣି ପ୍ରବେଶ କରିଛି । ଫଳରେ କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ମନ୍ଦିର ଛୁଇଁଲା ମହାନଦୀ ବନ୍ୟାଜଳ। ବର୍ତ୍ତମାନ ମନ୍ଦିର ପରିସର ଭିତରେ ପ୍ରାୟ ୬ ଫୁଟର ପାଣି ପ୍ରବାହିତ ହେଉଛି ।
କଟକ ରୁ କାଁହୁ ଚରଣ ବାରିକ
ନବଦୂତ news #

