Hot Posts

6/recent/ticker-posts

ବନ୍ୟା ପ୍ଲାବିତ ବିଭିନ୍ନ ପଂଚାୟତ ପରିଦର୍ଶନ କରି ବାଲିଆପାଳ ବିଜୁ ଜନତା ଦଳ ପ୍ରତିନିଧି ଆଶୁ ସାହାଯ୍ୟ ପାଇଁ ବିଡ଼ିଓ ନିକରରେ ଦାବି

ବାଲିଆପାଳ, ୩୦/୦୭ ( ସନ୍ୟାସୀ ବେହେରା ) : ସପ୍ତାହ ଧରି ଲଗାଣ ବରଷାରେ ବାଲିଆପାଳ ବ୍ଲକର ବିଭିନ୍ନ ପଂଚାୟତ ପାଣିଘେରାର ଉବୁଟୁବୁ ହେଉଛି |ଲୋକମାନେ ତଥା ଗୋରୁ, ଗାଈ ଛେଳି ଖାଇବାକୁ ପାଉ ନାହାନ୍ତି |ପ୍ରବଳ ବର୍ଷା ଫଳରେ ଜଳକା ନଦୀ କୂଳ ଲଂଘନ କରି ବୋଲଙ୍ଗ ପଂଚାୟତ, କୁଣ୍ଡୁଳି ଓଃ ବଣିଆଢୀହା ପଂଚାୟତର ଚାଷ ଜମି ବନ୍ୟା ପାଣିରେ ସମ୍ପୂର୍ଣ ରୂପେ ବୁଡ଼ି ଯାଇଛି |ପଂଚାୟତର ଲୋକ ମାନେ ନାହିଁ ନ ଥିବା ଦୁର୍ଦଶା ଭୋଗ କରୁଛନ୍ତି |ଅନେକ ଲୋକଙ୍କର ଲଗାଣ ବର୍ଷରେ ଭାଙ୍ଗି ଯାଇଛି | ଏପର୍ଯ୍ୟନ୍ତ ବାଲିଆପାଳ ପ୍ରଶାସନ କିମ୍ବା ଜନ ପ୍ରତିନିଧି ଲୋକଙ୍କ ନିକଟରେ ପହଂଚି ନ ଥିବା ବେଳେ ବାଲିଆପାଳ ବିଜୁ ଜନତା ଦଳର ସଭାପତି ଭଗବାନ ଗିରିଙ୍କ ନେତୃତ୍ୱରେ ବରିଷ୍ଠ ସଦସ୍ୟ ଚିତ୍ତରଞ୍ଜନ ଜେନା, ସାଧାରଣ ସମ୍ପାଦକ ପରମେଶ୍ୱର ବାରିକ, ସମ୍ପାଦକ ଦ ସନ୍ନ୍ୟାସୀ ବେହେରା, ମିଡ଼ିଆ ସମ୍ପାଦକ ଶିବାନନ୍ଦ ଦାସ ଅଧିକାରୀ, ମୃତ୍ୟୁଞ୍ଜୟ ଗୋଛାୟତ, ବାଲିଆପାଳ ପଂଚାୟତ ସଭାପତି ସୁବୋଧ ପାତ୍ର ବନ୍ୟାଞ୍ଚଳ ପରିଦର୍ଶନ କରି ଆଶୁ ସମାଧାନ ନିମନ୍ତେ ଓ ତୁରନ୍ତ ରିଲିଫ,, ତାରପୋଲିନ, ପଶୁ ମାନଙ୍କ ପାଇଁ ଖାଦ୍ୟ ଯୋଗାଇ ବାକୁ ବାଲିଆପାଳ ବିଡ଼ିଓ ଙ୍କ ନିକଟରେ ଦାବି କରିଛନ୍ତି |