Hot Posts

6/recent/ticker-posts

ତେରେସିଂହାରେ ୭୭ତମ ବନ ମହୋତ୍ସବ

କର୍ଲାମୁଣ୍ଡା, ୦୭/୦୭ (ସୁଶାନ୍ତ ରଣା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଂହା ସ୍ଥିତ କୌଶିକ ବାବା +୩ ମହାବିଦ୍ୟାଳୟ ଠାରେ ୭୭ତମ ବନମହୋତ୍ସବ ଜାତୀୟ ସେବା ଯୋଜନା ତରଫରୁ ପାଳିତ ହୋଇ ଯାଇଅଛି। ଉକ୍ତ ବନ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ମାନସ ରଞ୍ଜନ ବାଗ ଯୋଗଦେଇ ବୃକ୍ଷ ଆମର ଅମୂଲ୍ୟ ସମ୍ପଦ ବୋଲି ସେ ତାଙ୍କ ବକ୍ତବ୍ୟ ରଖିଥିଲେ। ଏନ ଏସ ଏସ ର କାର୍ଯ୍ୟକ୍ରମ ଅଧିକାରୀ ରବି ମାଝୀ ୭୭ତମ ବନମହୋତ୍ସବର ଉଦ୍ଦେଶ୍ୟ ବିଷୟରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ଏହି ବନମହୋତ୍ସବ ରେ ଅଧ୍ୟାପକ ଟିକେଧର ରଣା, ତୃପ୍ତିମୟୀ ଭୋଇ, ରସ୍ନା ରାଣୀ ବଡମାଳୀ, ଗ୍ରନ୍ଥାଗାର ବସନ୍ତ କୁମାର ସାହୁ, କିରାଣୀ ଭୂପିନ୍ଦର ରଣା, କର୍ମଚାରୀ ଡୋଲେଶ୍ଵର ରଣା, ପ୍ରଦୀପ ଭୋଇ ଯୋଗ ଦେଇଥିଲେ। ଏଥିରେ ମୋଟ ୮୦ ଜଣ ସ୍ଵେଚ୍ଛାସେବୀ ଅଂଶ ଗ୍ରହଣ କରିଥିଲେ।