କଟକରେ ଚାଞ୍ଚଲ୍ୟ: ସୋରୁମ ଶୌଚାଳୟରୁ ଠାବ ହେଲା ଗୁପ୍ତ କ୍ୟାମେରା, ତଦନ୍ତ ଆରମ୍ଭ
କଟକ, ୦୭/୦୭ ( କାହୁଁ ଚରଣ ବାରିକ ) : କଟକ ରେ ଆଇନ ଶୃଙ୍ଖଳା ଧିରେ ଧିରେ ବିଗିଡ଼ିବାରେ ଲଗାଛି ! ଡିଜିଟାଲ ଯୁଗରେ କ୍ରିମିନାଲ ମାନେ ମଧ୍ୟ ନୂଆ ନୂଆ ଢଙ୍ଗରେ କ୍ରାଇମ କରି ପୋଲିସଙ୍କୁ ଚଖମା ଦେଖାଉଛନ୍ତି ଯାହା ଗତକାଲି ସଂଧ୍ୟାରେ କଟକ ବାଦାମବାଡ଼ି ଥାନା ଅଧୀନରେ ଥିବା ଏକ ଗାଡ଼ି ସୋରୁମ ଶୌଚାଳୟ ବେସିନରେ ଏକ କଳା ରଙ୍ଗର ଛୋଟ କ୍ୟାମେରା ଲାଗିଥିବା ଜଣେ ମହିଳା କର୍ମଚାରୀ ଦେଖିବାକୁ ପାଇଥିଲେ ପରେ କର୍ମଚାରୀ ଙ୍କ ମଧ୍ୟରେ ହୋହାଲ୍ଲା ହେବାରୁ ବାଦାମବାଡ଼ି ଥାନା ଅଧିକାରୀ ଆସି ଘଟଣାକୁ ଅନୁଧ୍ୟାନ କରିଥିଲେ ଯାହା ଆଜି ଦୈନିକ ଓଡ଼ିଆ ସମ୍ବାଦ ପତ୍ରିକା ରେ ପ୍ରକାଶିତ ହୋଇଛି ! କଥା ହେଉଛି ସେ ଶୌଚାଳୟ ରେ କ୍ୟାମେରା ଲଗେଇଲା କିଏ ତାର ଉଦେଶ୍ୟ କଣ ଥିଲା ଏପରି ଅନେକ କଥା କିନ୍ତୁ ସାଧାରଣ ଲୋକଙ୍କ କହିବା କଥା ଯଦି ଜନଗହଳି ପୁର୍ଣ ଅଞ୍ଚଳ ଦୋକାନରେ ଏଭଳି କାଣ୍ଡ ଘଟୁଛି ତେବେ ଆଜିର ଝିଅ,ବହୁ,ମହିଳା ଗ୍ରାହକ ଓ ମହିଳା କର୍ମଚାରୀ କେତେ ସୁରକ୍ଷିତ ? ତେଣୁ ପୋଲିସ ଏ ଘଟଣା କୁ ହାଲକା ନଭାବି ଏହାର ପକୃତ ଦୋଷୀକୁ ଦଣ୍ଡ ଦେବା ପାଇଁ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀ ଦାବି କରିଛନ୍ତି !