Hot Posts

6/recent/ticker-posts

କୁନି ଝିଅ ର ଜୀବନ ବଞ୍ଚାଇବା ପାଇଁ ବାପାର ଆକୁଳ ନିବେଦନ

କଳାହାଣ୍ଡି, ୦୮/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ର ଏମ ରାମପୁର ବ୍ଲକ ବାରବନ୍ଧା ଗାଁ ର ଅଶୋକ କୁମାର ପାଠ ଙ୍କ ଗୋଟିଏ ବୋଲି ଝିଅ ଅର୍ଚିତା ପାଠ ବୟସ 13 ବର୍ଷ ହେଵ ଏହି ପରିବାର ଅତି ଗରିବ ଶ୍ରେଣୀର ଅଟନ୍ତି । ଦୁଃଖ କଷ୍ଟରେ ଦିନ କାଟୁଥିବା ବେଳେ ଦରବ ସାଧୁଛି ହାଉ ତାଙ୍କ ଝିଅ ଅର୍ଚିତା ପାଠଙ୍କ ଦେହ ଗତ କିଛି ମାସତଳେ ହଠାତ ଅସୁସ୍ଥ ହୋଇପଡ଼ି ରହିଥିବାରୁ ତାଙ୍କୁ ଭବାନୀପାଟଣା ସରକାରୀ ହସ୍ପିଟାଲ ଠାରେ ଚିକିତ୍ସା କରାଯାଇଥିଲା ହେଲେ ତାଙ୍କ ଝିଅ ଙ୍କ ଦେହ ସ୍ୱାସ୍ଥ୍ୟ ଅବସ୍ଥା ଭଲ ହୋଇ ପାରିନଥିବାରୁ ଭବାନୀପାଟଣା ସହରସ୍ଥିତ ଏକ ଘୋରେଇ ଡାକ୍ତରଖାନା ମେଡ଼ାକ୍ସ ହସ୍ପିଟାଲ କୁ ନେଇଥିଲେ ଏବଂ ଝିଅ କୁ ଆଡମିଟ କରିଥିଲେ ମେଡ଼ାକ୍ସ ହସ୍ପିଟାଲ କୃତ୍ତୃପକ୍ଷଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ 75% ମାତ୍ରାରେ ଝିଅ ସୁସ୍ଥ ଥିବା ପରିବାର ଳୋକେ ପ୍ରକାଶ କରିଛନ୍ତି କଳାହାଣ୍ଡି ଜିଲ୍ଲାପାଲ ଏହି ନିରୀହ ଝିଅ ସଂପର୍କରେ ଖବର ଶୁଣିବା ପରେ ୩୦,୦୦୦ ଟଙ୍କା ସାହାର୍ଯ୍ୟ ଯୋଗାଇଦେଥିଲେ ହେଲେ ମେଡ଼ାକ୍ସ ହସ୍ପିଟାଲ ଠାରେ ନୀରୋ ରୋଗର ଏମ ଆର ଆଇ ପାଇଁ ସୁବିଧା ନ ଥିବାରୁ ନାରୋ ପାଇଁ ଚିକତ୍ସା କରିବା ପାଇଁ ଝିଅ କୁ ଆଉ ଅଲଗା ହସ୍ପିଟାଲ କୁ ନେବା କୁ ପଡିବ ହେଲେ ଅର୍ଥ ସାଜିଛି ବାଧକ । ବାପା ଗରିବ ଶ୍ରେଣୀର ହୋଇଥିବାରୁ ସେ ତାଙ୍କ ଝିଅ ଙ୍କ ଚିକତ୍ସା ପାଇଁ ସରକାରକୁ ସାହାର୍ଯ୍ୟ ପାଇଁ ଆକୁଳ ନିବେଦନ କରୁଛନ୍ତି । ଅଞ୍ଚଳବାସୀମାନେ ମଧ୍ୟ ଜିଲ୍ଲାପାଳ କଳାହାଣ୍ଡିଙ୍କୁ ଅନୁରୋଧ କରିଛନ୍ତି ତୁରନ୍ତ କୁନି ଝିଅଟିର ଜୀବନ ରକ୍ଷାପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ