ଏସ୍ସିବିରେ ସ୍ୱଚ୍ଛତା କେବଳ କାଗଜକଲମରେ?
କଟକ, ୨୨/୦୭ ( କାହୁଁ ଚରଣ ବାରିକ ) : କଟକ ଏସ୍ସିବି ମେଡିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗ ଆଉଟଡୋର୍ ପରିସରରେ ଆବର୍ଜନା ଗଦା ଗଦା ହୋଇ ପଡ଼ି ରହିଛି। ପ୍ରତିଦିନ ଶହ ଶହ ଗର୍ଭବତୀ ମହିଳା, ନବଜାତ ଶିଶୁଙ୍କ ପରିବାର ଓ ରୋଗୀ ଏହି ପରିସରକୁ ଆସୁଥିଲେ ମଧ୍ୟ ସଫେଇ ବ୍ୟବସ୍ଥା ଯେପରି ଠପ୍ ହୋଇଯାଇଛି। ରାଜ୍ୟର ସର୍ବବୃହତ୍ ସରକାରୀ ମେଡିକାଲରେ ଯଦି ଏଭଳି ଅବସ୍ଥା, ତେବେ ସାଧାରଣ ହସ୍ପିଟାଲର ଚିତ୍ର କେମିତି ହେବ, ସହଜରେ ଅନୁମାନ କରାଯାଇପାରେ। ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷ ଏହି ଦୃଶ୍ୟ ଦେଖୁନାହାନ୍ତି କି, ନା ଦେଖି ମଧ୍ୟ ଆଖି ବୁଜି ରହିଛନ୍ତି?