କଟକ ବିଡାନାସୀ ନବ ନିର୍ମିତ ଛଅ ଲେନ ବିଶିଷ୍ଟ ରାସ୍ତାର ନିମ୍ନ ମାନର କାମକୁ ବିରୋଧ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ ।
କଟକ, ୦୬/୦୭ ( କାହୁଁ ଚରଣ ବାରିକ ) : କଟକ ବିଡାନାସୀ ନବ ନିର୍ମିତ ଛଅ ଲେନ ବିଶିଷ୍ଟ ରାସ୍ତାର ନିମ୍ନ ମାନର କାମକୁ ବିରୋଧ କରି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ । ଦୁଇ ଦିନ ତଳେ ମଧୁସୁଦନ ସେତୁ ଠାରୁ ଚହଟା ପର୍ଯ୍ୟନ୍ତ ସଂଯୋଗ କରୁଥିବା ଛଅ ଲେନ ବିଶିଷ୍ଟ ରାସ୍ତାର ନିର୍ମାଣ କାର୍ଯ୍ୟ ଚାଲୁଥିବା ସାଇଡ ୱାଲ୍ ଭୁଶୁଡ଼ିଯିବା ଘଟଣାକୁ ନେଇ ସାଧାରଣରେ ଜନ ଅସନ୍ତୋଷ ଦେଖାଦେଇଥିବା ବେଳେ ମେୟର, ବିଧାୟିକା, ପ୍ରଶାସନିକ ଅଧିକାରୀ ସବୁ ମହଲରେ R&B କାର୍ଯ୍ୟକଳାପକୁ ନେଇ ପ୍ରଶ୍ନ ଉଠାଇଥିଲେ । ମାତ୍ର ଏ ଘଟଣାକୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟନୁଷ୍ଠନ ଗ୍ରହଣ କରା ନ ଯିବାକୁ ନେଇ ବିଡ଼ାନାସି ଗ୍ରାମବାସୀ ମାନେ ଅସନ୍ତୋଷ ପ୍ରକାଶ କରିବା ସହ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଯଦି ଆଗାମୀ ଦିନରେ ସମସ୍ୟାର ସମାଧାନ ନହୁଏ ତେବେ ଆନ୍ଦୋଳନ ବ୍ୟାପକ ହେବ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ଅନ୍ୟପଟେ ସହର ର ବୁଦ୍ଧିଜୀବି ଏହି ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ପ୍ରଶାସନିକ ବ୍ୟବସ୍ଥାର ଅପାରଗତା ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।