ଗ୍ରାମ ରାସ୍ତା ରେ ଗାଢ଼
ବରୀ, ୨୨/୦୭ ( ରଂଜିତ ମହାନ୍ତି ) : ବରୀ ବ୍ଳକ ଭଅଁରା ପଞ୍ଚାଉତର ଭଅଁରା ଗ୍ରାମ ର ୫ ନମ୍ବର ୱାର୍ଡ ର ଶରତ ଚନ୍ଦ୍ର ଜେନା ଙ୍କ ଘର ନିକଟର ଗାଁ ର ଢ଼ଳେଇ ରାସ୍ତା ଫାଟି ଗାଢ଼ ହେବା ଫଳରେ ଲଗାଣ ବର୍ଷା ରେ ଦିନକୁ ଦିନ ରାସ୍ତା ଦବି ଗାଢ଼ ସୃଷ୍ଟି ହେଉଛି l ପ୍ରତ୍ୟେକ ଦିନ ଗାଡି ଏହି ରାସ୍ତା ରେ ଦବି ଯିବା ଫଳରେ ନାହିଁ ନଥିବାର ଅସୁବିଧା ଭୋଗୁଛନ୍ତି ଲୋକମାନେ ସ୍ଥାନୀୟ ଲୋକମାନେ ଗାଡି ପେଲି ଠେଲି ବହୁ କଷ୍ଠ ରେ ଗାଡି କୁ ବାହାର କରୁଛନ୍ତି l ସେହିପରି ଏହି ରାସ୍ତା ର ମୂଷାକୁଣ୍ଡ ନିକଟରେ ରାସ୍ତା ର ଖାଇ ଯାଇଛି ଲୋକମାନେ ଯାତାୟତ ଘୋର ଅସୁବିଧା ସମ୍ମୁଖୀନ ହେlଇଛନ୍ତି l ଉଭୟ ରାସ୍ତା କୁ ମରାମତି କରିବାକୁ ସାଧାରଣ ରେ ଦାବି ହେଉଛି l