ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ରେ ଡ଼.ଏ.ପି.ଜେ ଅବଦୁଲ କଲାମ ଙ୍କୁ ଶ୍ରଦ୍ଧାଞ୍ଜଳି
ଭବାନୀପାଟଣା, ୨୭/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : ସ୍ଥାନୀୟ ତାରିଣୀ ମନ୍ଦିର ରୋଡ ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପରିସର ରେ ଡ଼. ଏ.ପି.ଜେ ଅବଦୁଲ କଲାମ ଙ୍କ ମହାପ୍ରୟାଣ ଦିବସ ପାଳିତ ହୋଇଯାଇଛି | ଏ. ପି. ଜେ ଅବଦୁଲ କଲାମ ଭାରତ ର ୧୧ତମ ରାଷ୍ଟ୍ରପତି ତଥା ମହାନ ବୈଜ୍ଞାନିକ ଏବଂ ଲୋକପ୍ରିୟ " ମିସାଇଲ ମ୍ୟାନ" | ଭାରତ ର କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥାକୁ ମଜବୁତ କରିଥିଲେ ଓ ତାଙ୍କର ସରଳ ଜୀବନଯାପାନ ଏବଂ ଛାତ୍ରଛାତ୍ରୀଙ୍କ ପ୍ରତି ଭଲପାଇବା ପାଇଁ ସେ ସମଗ୍ର ଦେଶରେ ଆଦରଣୀୟ ଥିଲେ ତାଙ୍କରି ନୀତି ଆଦର୍ଶ ଓ ଦେଶ ପ୍ରେମ କୁ ସମସ୍ତ ଛାତ୍ରଛାତ୍ରୀ ଅନୁକରଣ କରିବା ପାଇଁ ସ୍କୁଲ ର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ଛାତ୍ରଛାତ୍ରୀ ଙ୍କୁ ଉଦବୋଧନ ଦେଇଥିଲେ | ବିଶିଷ୍ଠ ଶିଶୁ ଚିତ୍ରଶିଳ୍ପୀ ମୁକୁନ୍ଦ ରେଡ୍ଡୀ ସମ୍ନାନିତ ଅତିଥି ରୂପେ ଯୋଗ ଦେଇଥିଲେ | ସ୍କୁଲ ର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ସ୍ମୃତିଚାରଣ କରିଥିଲେ | ଶିକ୍ଷୟିତ୍ରୀ ସରିତା ବାଗେଲ ସଭାପରିଚାଳନା ସହ ଧନ୍ୟବାଦ ଦେଇଥିଲେ |