Hot Posts

6/recent/ticker-posts

ଗୌ ସମ୍ମାନ ଆହ୍ୱାନ ଅଭିଯାନ: ଏଡିଏମ୍‌ଙ୍କ ଜରିଆରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ଭବାନୀପାଟଣା, ୨୭/୦୭ ( ବିଷ୍ଣୁ ଚରଣ ସ୍ୱାଇଁ ) : ଗୌମାତାଙ୍କ ସମ୍ମାନ, ସେବା ଓ ସୁରକ୍ଷା ଦାବିରେ ଆଜି ଭବାନୀପାଟଣାଠାରେ *“ଗୌ ସମ୍ମାନ ଆହ୍ୱାନ ଅଭିଯାନ”* ଅନୁଷ୍ଠିତ ହୋଇଛି। ଏହି ଅବସରରେ ଆୟୋଜକ ଓ ସମର୍ଥକମାନଙ୍କ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ (ADM) ଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତି, ମାନନୀୟ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ରରେ ଗୌମାତାଙ୍କ ସୁରକ୍ଷା, ସେବା ଓ ସମ୍ମାନ ସହିତ ଗୋ-ସୁରକ୍ଷା, ଗୋ ହତ୍ୟା ସମ୍ପୂର୍ଣ୍ଣ ବନ୍ଦ ହେଉ ସମ୍ବନ୍ଧୀୟ ବିଭିନ୍ନ ଦାବି ଉପସ୍ଥାପନ କରାଯାଇଛି। ଏଥିସହ ଗୋ-ସୁରକ୍ଷା ଓ ଗୋ-ସେବା ପ୍ରତି ଜନସଚେତନତା ସୃଷ୍ଟି କରିବା ଏବଂ ଏ ଦିଗରେ ସରକାରଙ୍କ ଦୃଢ଼ ପଦକ୍ଷେପ ପାଇଁ ଆହ୍ୱାନ ଦିଆଯାଇଛି। ଏହି ଅଭିଯାନରେ ବହୁ ସଂଖ୍ୟାରେ ସମର୍ଥକ ଓ ସନାତନ ସମାଜର ଭାଇଭଉଣୀମାନେ ଯୋଗଦେଇ ଗୌମାତାଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ନିଜର ସମର୍ଥନ ଜଣାଇଥିଲେ। ହସ୍ତାକ୍ଷର ଅଭିଯାନ ମାଧ୍ୟମରେ ମଧ୍ୟ ଜନସମର୍ଥନ ସଂଗ୍ରହ କରାଯାଇଥିଲା।




କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ