ରେଡ଼ିଓ ସ୍ୱର ସଙ୍ଗମ ତରଫରୁ ଚଳନା ବିଦ୍ୟାଳୟରେ କୁଇଜ ପ୍ରତିଯୋଗିତା
ସିନାପାଲି, ୦୮/୦୭ ( ପରମେଶ୍ୱର ମେହେର ) : ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ସ୍ୱର ସଙ୍ଗମ ୯୦.୮ ଏଫ୍ ଏମ. ତରଫରୁ ଚଳନା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବୁଧବାର ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି l ଶିକ୍ଷକ ବୈଷ୍ଣବ ମେହେରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ରେଡ଼ିଓ କେନ୍ଦ୍ର ପରିଚାଳକ ପ୍ରଦ୍ୟୁମ୍ନ ସିଂହ ଚିନ୍ଦା ଏବଂ ଡାଟା ଅପରେଟର ଲିଙ୍ଗରାଜ ଜଗତ ପରିଚାଳନା କରିଥିଲେ l ପ୍ରତିଯୋଗୀତାରେ ଅର୍ଜୁନ ଦଳର ଡଲି ବାଗ, ନିରୁପମା ମଶ୍ରା, ଦିଲ୍ଲୀପ ମଶ୍ରା ପ୍ରଥମ, ସୁନ୍ଦର ଦଳର ଆରୋହୀ ନିଆଲ, ସଙ୍ଘମିତ୍ରା ନାୟକ, ବନିତା ମଶ୍ରା ଦ୍ୱିତୀୟ ଏବଂ ଉଦନ୍ତୀ ଦଳର ଲୁକ୍ତା ବଛା, ସୋଫି ହଂସ ଓ ଗୁଣଧର ବାଗ ତୃତୀୟ ସ୍ଥାନ ଅଧିକାର କାରିଥିଲେ l ଶେଷରେ ସମସ୍ତ ବିଜେତାଙ୍କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ଯୋଷୀ, ବରିଷ୍ଠ ଶିକ୍ଷୟିତ୍ରୀ ମମିତା ପଟ୍ଟଯୋଶୀ, ଶିକ୍ଷକ ଉଗ୍ରେସନ ହଂସ, ଶିକ୍ଷୟିତ୍ରୀ ସୁମିତ୍ରା ମେହେର ପ୍ରମାଣ ପତ୍ର ଓ ଉପହାର ଦେଇ ପୁରସ୍କୃତ କରିଥିଲେ l